www.samajalive.in
Monday, December 8, 2025
24.1 C
Bhubaneswar

ଦଳବଦଳକାରୀ ବିଧାୟକଙ୍କୁ ମିଳିବନି ପେନ୍‌ସନ

ସିମ୍‌ଲା : ଦଳବଦଳ ନିରୋଧ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ହିମାଚଳ ପ୍ରଦେଶର ବିଧାୟକଙ୍କୁ ପେନସନ୍‌ ମିଳିବ ନାହିଁ। ଦଳବଦଳକାରୀ ବିଧାୟକଙ୍କ ପେନସନକୁ ବନ୍ଦ କରିବା ଲାଗି ରାଜ୍ୟ ବିଧାନସଭାରେ ନୂଆ ବିଧେୟକ ବୁଧବାର ଗୃହୀତ ହୋଇଛି। ‘ହିମାଚଳ ପ୍ରଦେଶ ବିଧାନସଭା (ସଦସ୍ୟଙ୍କ ଭତ୍ତା ଓ ପେନସନ) ସଂଶୋଧନ ବିଧେୟକ ୨୦୨୪’ ଉପରେ ଆଲୋଚନା ହେବା ପରେ ଏହା ବାଚନିକ ଗୃହୀତ ହୋଇଛି। ବିଧେୟକର ବ୍ୟବସ୍ଥା ଅନୁଯାୟୀ ସମ୍ବିଧାନର ଦଶମ ଅନୁଚ୍ଛେଦରେ ରହିଥିବା ଦଳବଦଳ ନିରୋଧ ଆଇନ ଅନୁଯାୟୀ ଯଦି କୌଣସି ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଥିବେ ତେବେ ତାଙ୍କୁ କୌଣସି ପେନସନ ମିଳିବ ନାହିଁ। ରାଜନୈତିକ ଫାଇଦା ହାସଲ କରିବାକୁ ଅନେକ ସମୟରେ ବିଧାୟକମାନେ ଦଳବଦଳ ଭଳି ଅନୈତିକ କାର୍ଯ୍ୟ କରିଆସୁଛନ୍ତି। ଗୋଟିଏ ଦଳର ଟିକଟରେ ନିର୍ବାଚନ ଜିତିଥିବାବେଳେ ଆବଶ୍ୟକ ସମୟରେ ସେମାନେ ଅନ୍ୟ ଦଳରେ ସାମିଲ ହୋଇଥାନ୍ତି। ତେଣୁ ଏପରି ଅନୈତିକ କାର୍ଯ୍ୟକୁ ରୋକିବା ଲାଗି ବିଧାନସଭାର ଆଇନରେ ପରିବର୍ତ୍ତନ କରାଯାଇଛି। ନୂଆ ଆଇନ ଦେଶର ଗଣତନ୍ତ୍ରକୁ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ଗତ ଫେବୃଆରୀ ୨୯ରେ ବାଚସ୍ପତି କୁଲଦୀପ ସିଂହ ପଠାନିଆ ଦଳବଦଳ ନିରୋଧ ଆଇନ ଅନୁଯାୟୀ କଂଗ୍ରେସର ୬ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ବିଧାୟକମାନେ ଦଳର ହୁଇପ୍‌କୁ ଅମାନ୍ୟ କରି ରାଜ୍ୟସଭା ନିର୍ବାଚନରେ ବିଜେପି ସଦସ୍ୟଙ୍କୁ ଭୋଟ ଦେଇଥିଲେ। ୬ ବିଧାୟକ ଅଯୋଗ୍ୟ ହେବା ସତ୍ତ୍ବେ ରାଜ୍ୟରେ କଂଗ୍ରେସ ନିଜର ସରକାରକୁ ବଞ୍ଚାଇବାରେ ସମର୍ଥନ ହୋଇଥିଲା। ୬ ବିଧାୟକ ଅଯୋଗ୍ୟ ହେବା ପରେ କଂଗ୍ରେସର ସଦସ୍ୟସଂଖ୍ୟା ୩୪କୁ ହ୍ରାସ ପାଇଥିଲା। ବିଧାନସଭା ଉପନିର୍ବାଚନ ପରେ କଂଗ୍ରେସର ସଦସ୍ୟ ସଂଖ୍ୟା ପୁଣି ୪୦କୁ ବୃଦ୍ଧି ପାଇଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories