ସୁସ୍ଥତାର ଉପାୟ

ବେଙ୍ଗାଲୁରୁର ନାମୀ ଖାଦ୍ୟ ବିଶେଷଜ୍ଞ ସିମରନ୍ ଚୋପ୍ରା ସୋସିଆଲ୍ ସାଇଟ୍ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ଉପଦେଶ ଦେଉଛନ୍ତି। ଲକ୍-ଡାଉନ୍ ସମୟରେ ଘରେ ବସି ରହିଲେ, କେବଳ ଖାଇପିଇ ଟିଭି ଦେଖିଲେ ଓଜନ ବଢ଼ିବା ସ୍ବାଭାବିକ। ଏଣୁ ନିଜକୁ ଫିଟ୍ ରଖିବା ନିମନ୍ତେ ସେ କେତୋଟି ସରଳ ଉପାୟ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।
–  ଆମ ଭାରତୀୟଙ୍କ ରୋଗପ୍ରତିରୋଧକ ଶକ୍ତି ଭଲ। ଖାଦ୍ୟପାନୀୟ ବାବଦରେ ସାମାନ୍ୟ ସତର୍କ ହେଲେ ନିରୋଗଜୀବନ ଅତିବାହିତ କରିପାରିବା ବୋଲି ସେ କହିଛନ୍ତି।
–  ଭାରତୀୟ ରୋଷେଇ ଘରେ ମହଜୁଦ୍ ଥିବା ସାମଗ୍ରୀ ଯେପରି ଅଦା, ରସୁଣ, ପୋଦିନା ପତ୍ର, ଧନିଆ ପତ୍ର, ଲେମ୍ବୁ, ଗୋଲମରିଚ ଗୁଣ୍ଡ, ଡାଲଚିନି, ଲବଙ୍ଗ ଇତ୍ୟାଦିକୁ ନିୟମିତ ବ୍ୟଞ୍ଜନରେ ଉପଯୋଗ କରନ୍ତୁ। ଏସବୁ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ।
–  କିଶୋର ଠାରୁ ଯୁବବର୍ଗ ପ୍ରତିଦିନ ୩ଲିଟର ପାଣି ପିଇବାର ଅଭ୍ୟାସ କରିବା ଉଚିତ। ବୟସ୍କ ପିଢ଼ି ବିଶେଷଜ୍ଞଙ୍କ ପରାମର୍ଶରେ ନିଜ ଖାଦ୍ୟପାନୀୟ ବାବଦରେ ଏଇ ସମୟରେ ସତର୍କ ରହିବା ନିତାନ୍ତ ଆବଶ୍ୟକ।

Comments are closed.