www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ଖାଦ୍ୟ

ଶୀତଦିନେ ସବୁଜ ପନିପରିବା ଓ ବିଭିନ୍ନ ପ୍ରକାର ଶାଗ ଭରପୁର ପରିମାଣରେ ମିଳିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ମଜଭୂତ କରିବା ସହ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଏଭଳି ସବୁଜ ପନିପରିବାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ।
ବିଶେଷଜ୍ଞଙ୍କ ମତରେ ଶାଗ ଜାତୀୟ ଖାଦ୍ୟରେ ଅନ୍ୟ ପନିପରିବା ତୁଳନାରେ ୨ ଗୁଣା ଅଧିକ ପୋଷକ ତତ୍ତ୍ୱ ରହିଛି। ଏହାର ନିୟମିତ ସେବନ ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ ସହ ହୃଦୟ ଜନିତ ରୋଗ ସହ ଲଢେଇ କରିବାକୁ ସହାୟକ ହୋଇଥାଏ।
ପାଳଙ୍ଗ – ପାଳଙ୍ଗରେ ଥିବା ଆଇରନ ଶରୀରରେ ଲୌହ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। କ୍ୟାଲସିୟମ ଓ ଭିଟାମିନ-ଏ ଭଳି ପୋଷକ ତତ୍ତ୍ୱ ମଧ୍ୟ ଏଥିରେ ଭରପୁର ମାତ୍ରାରେ ରହିଛି। ପାଳଙ୍ଗର ସେବନ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା ରକ୍ତଚାପ ଓ ହୃଦୟଜନିତ ସସମ୍ୟାରୁ ମଧ୍ୟ ରକ୍ଷା କରେ।
ସବୁଜ ପିଆଜ – ଏହାକୁ ଲୋକେ ସାଧାରଣତଃ ପିଆଜ ଷଣ୍ଢା କହିଥାଆନ୍ତି। ଏହା ଦୃଷ୍ଟିଶକ୍ତି ଓ ତ୍ୱଚାର ଚମକ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ଅନେକ ବିଶେଷ ଗୁଣ ରହିଛି। ଏଥିରେ କ୍ୟାଲସିୟମ ମଧ୍ୟ ଭରପୁର ପରିମାଣରେ ରହିଛି। ଶୀତ ଜନିତ କାରଣରୁ ହୋଇଥିବା ଥଣ୍ଡାରୁ ମଧ୍ୟ ଏହା ଆରାମ ଦେଇଥାଏ। ଏହା କୋଲେଷ୍ଟେରୋଲ ସ୍ତରକୁ ନିୟନ୍ତ୍ରଣ କରିଥାଏ।
ମେଥି – ମେଥିରେ ପ୍ରୋଟିନ,କ୍ୟାଲସିୟମ,ମ୍ୟାଗ୍ନେସିୟମ,ଜିଙ୍କ ଭଳି ପୋଷକ ତତ୍ତ୍ୱ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଆଣ୍ଠୁଗଣ୍ଠି ଓ ଶରୀର ବିଭିନ୍ନ ଯନ୍ତ୍ରଣା ଠାରୁ ଆରମ୍ଭ କରି ମୋଟାପଣ ହ୍ରାସ କରିବାରେ ମେଥିର ସେବନ ଖୁବ ଉପକାରୀ। ମଧୁମେହ, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ବେଶ ସହାୟକ ହୋଇଥାଏ।
ବଥୁଆ ଶାଗ –  ବଥୁଆ ଶାଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ରୁ ମୁକ୍ତି ମିଳିଥାଏ। ଏହାସହ ବଥୁଆ ଶାଗକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ। ବଥୁଆ ଶାଗ ରସରେ ଅଳ୍ପ ଚିନି ମିଶାଇ ଖାଲିପେଟରେ ନିୟମିତ ୩ ମାସ ପିଇବା ଦ୍ୱାରା ପେଟରେ ହେଉଥିବା ପଥର ବା ଷ୍ଟୋନ୍‍ ସମସ୍ୟା ଦୂର ହୋଇଥାଏ। ବଥୁଆ ଶାଗ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କର ପେଟରେ ଥିବା କୃମି ଆଦି ଦୂର ହୋଇଥାଏ। ବଥୁଆ ଶାଗ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଅଳ୍ପ କିଛି ପରିମାଣରେ ବଥୁଆ ଶାଗ କଞ୍ଚା ଚୋବାଇ ଖାଇଲେ ମୁହଁର ର୍ଦୁଗନ୍ଧ ଦୂର ହୋଇଥାଏ।
ସୋରିଷ ଶାଗ – ସୋରିଷରେ ଫାଇବର, କ୍ୟାଲସିୟମ ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। ଏହାର ନିୟମିତ ସେବନ କରିବା ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ଦୂର ସହ ରକ୍ତ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ। ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ। ଭିଟାମିନ ଅଭାବରୁ ହାଡ ଦୁର୍ବଳ ହେଉଥିଲେ , ସୋରିଷ ଶାଗର ସେବନ ଦ୍ୱାରା ଏହା ଦୂର ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରିବାରେ ଏହା ସହାୟକ ହୋଇଥାଏ।
ମୂଳା – ମୂଳା ପାଚନତନ୍ତ୍ରକୁ ବେଶ ସୁସ୍ଥ ରଖିଥାଏ। କ୍ୟାଲସିୟମ, ଆୟୋଡିନ, ମ୍ୟାଗ୍ନେସିୟମ, ଫସଫରସ ଓ ପ୍ରୋଟିନ ଭଳି ପୋଷକ ତତ୍ତ୍ୱ ମଧ୍ୟ ଏଥିରେ ଅଧିକ ପରିମାଣରେ ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ ନ ହେବା, ଅଧିକାଂଶ ସମୟ ଥକ୍କାପଣ ଅନୁଭବ କରିବା, ଗଳାରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ଦାନ୍ତ ହଳଦିଆ ପଡିବା, ପାଟି ଦୁର୍ଗନ୍ଧ ଭଳି ସମସ୍ୟା ଦୂର କରିବାରେ ମୂଳା ଖୁବ ଉପକାରୀ।
ଧ୍ୟାନ ରଖନ୍ତୁ ….
ଏହାବ୍ୟତୀତ ସର୍ବଦା ସତେଜ ପନିପରିବା ହିଁ କିଣନ୍ତୁ। ଶାଗ ଜାତୀୟ ଜିନିଷକୁ ପ୍ରଥମେ ଭଲ ଭାବେ ଧୁଅନ୍ତୁ ଓ ପରେ କାଟନ୍ତୁ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories