www.samajalive.in
Saturday, December 6, 2025
26.1 C
Bhubaneswar

ଶୀତଦିନେ ବାଦାମ ଖାଇବାର ଏହି ଚମତ୍କାରୀ ଲାଭ ବିଷୟରେ ଜାଣିଛନ୍ତି କି ?

ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଏହାସହ ଅଧିକାଂଶ ଲୋକେ ଶୀତଦିନରେ ବାଦାମ ଖାଇବାକୁ ପସନ୍ଦ କରନ୍ତି। ଏପରିକି ସନ୍ଧ୍ୟା ସମୟରେ ବାଦାମକୁ ରଖି ଖାଇବା ସହ ଗପଶପ କରିଥାଆନ୍ତି ଓ ଟିଭି ମଧ୍ୟ ଦେଖିଥାଆନ୍ତି। ଫଳରେ ସମୟ ଭଲଭାବେ ଅତିବାହିତ ହୋଇଥାଏ। ମାତ୍ର ଏସବୁ ବ୍ୟତୀତ ଏଥିରେ ଏପରି ବହୁ ତତ୍ତ୍ୱ ରହିଛି ଯାହା ଆମକୁ ବହୁ ରୋଗରୁ ରକ୍ଷା କରିଥାଏ। ଜାଣନ୍ତୁ…..
ହାଡ଼ ଶକ୍ତ କରେ –
ବାଦାମରେ ଥିବା କ୍ୟାଲସିୟମ ଏବଂ ଭିଟାମିନ ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ।
ହୃଦୟକୁ ରଖିଥାଏ ସୁସ୍ଥ –
ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ସମସ୍ୟା ଦୂର କରିଥାଏ।
ଦୁଶ୍ଚିତା ଦୂର କରେ –
ବାଦାମରେ ଥିବା ପୋଷକ ତତ୍ତ୍ୱ ଦୁଶ୍ଚିତା ଦୂର କରିବାରେ ସାହାଯ୍ୟ କରେ।
କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ –
ବାଦାମରେ ଓଲିକ ଏସିଡ଼ ରହିଛି। ଯାହା ରକ୍ତରେ ଖରାପ କୋଲେଷ୍ଟେରୋଲର ପ୍ରଭାବକୁ କମ କରି ଭଲ କୋଲେଷ୍ଟେରୋଲର ମାତ୍ରାକୁ ବୃଦ୍ଧି କରେ। କୋଲେଷ୍ଟେରୋଲରମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରେ।
ଭରପୁର ମାତ୍ରାରେ ପ୍ରୋଟିନ ରହିଛି –
ବାଦାମରେ ବହୁ ପରିମାଣରେ ପ୍ରୋଟିନ ରହିଛି ଯାହା ଶାରୀରିର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ୧୦୦ ଗ୍ରାମ ବାଦାମ ପ୍ରାୟ ଏକ ଲିଟର କ୍ଷୀର ସହ ସମାନ। ଯଦି ଆପଣ ନିୟମିତ କ୍ଷୀର ପିଇ ପାରୁନାହାନ୍ତି, ୨ଟି ଲେଖାଏଁ ବାଦାମ ନିଶ୍ଚୟ ଖାଆନ୍ତୁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories