www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଧନିଆ

ସ୍ୱାସ୍ଥ୍ୟ ପାଇଁ ଧନିଆ ପତ୍ରର ବେଶ ଉପକାରୀ ଗୁଣ ରହିଛି। ଧନିଆ ଖାଦ୍ୟରେ ସ୍ୱାଦ ବଢାଇବା ସହ ପେଟ ଯନ୍ତ୍ରଣା,ମୁଣ୍ଡ ବିନ୍ଧା ଭଳି ବିଭିନ୍ନ ସମସ୍ୟା ଦୂର କରିଥାଏ। । ଧନିଆ ମଞ୍ଜି ଠାରୁ ଧନିଆ ପତ୍ରକୁ ଭିନ୍ନ ଭିନ୍ନ ପ୍ରକାରେ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ତାହା କ’ଣ….
ପାଚନରେ ସହାୟକ –
ଧନିଆ ଗୁଣ୍ଡ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଥଣ୍ଡାରୁ ଦୂରରେ ରଖେ –
ନିୟମିତ ଅଳ୍ପ ଧନିଆ ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ବେଳେ ବେଳେ ହଠାତ ନାକରୁ ରକ୍ତ ବାହାରିଥାଏ। ଧନିଆର ରସ ପକାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଧନିଆର ଔଷଧୀୟ ଗୁଣ –
କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ। ଛାଣିବା ପରେ ଏଥିରେ ମିଶ୍ରି ସାମାନ୍ୟ ହଳଦୀ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏହାକୁ ପିଅନ୍ତୁ। ଏପରି କରିବା ଫଳରେ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ଚା’ପ୍ରସ୍ତୁତ କରିବା ସମୟରେ ମଧ୍ୟ ଧନିଆକୁ ପକାଇ ଏହାକୁ ପିଇ ପାରିପାରିବେ।
ମୁଣ୍ଡ ବିନ୍ଧାରୁ ମୁକ୍ତି –
ଧନିଆର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ପେଟରୁ କୃମି ଦୂର କରେ –
ଧନିଆ ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories