www.samajalive.in
Friday, December 12, 2025
19.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ ସୋରିଷ ତେଲ

ସାଧାରଣତଃ ସୋରିଷ ତେଲ ଆମ ସମସ୍ତଙ୍କ ଘରେ ନିଶ୍ଚିତ ଉପଲବ୍ଧ। ଏହାକୁ ଆମେ ପ୍ରାୟତଃ ଦୈନିକ ରୋଷେଇ କାର୍ୟ୍ୟରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଜାଣନ୍ତି ଏହା ଆମ ଶରୀରର କେତେ ଉପକାର କରିଥାଏ। କିଛି ଲୋକ ସୋରିଷ ତେଲ ବଦଳରେ ଅଲଗା ତେଲ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରନ୍ତି। ବିଶେଷ କରି ସେମାନେ ସୋରିଷ ତେଲର ଅଦ୍ଭୁତ ଉପକାରୀ ଗୁଣ ବିଷୟରେ ଜାଣିଲେ ଆଜି ହିଁ ଅନ୍ୟ ତେଲର ବ୍ୟବହାର ଛାଡ଼ିଦେବେ।। ଚାଲନ୍ତୁ ଜାଣିବା ସୋରିଷ ତେଲର ଉପକାରୀ ଗୁଣ ବିଷୟରେ –

 

- Advertisement -

ଓଜନ ସନ୍ତୁଳିତ ରଖିଥାଏ : ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଦ୍ୱାରା ଶରୀରର ଓଜନ ସନ୍ତୁଳିତ ରହିଥାଏ। ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଅତ୍ୟଧିକ ଓଜନ ହ୍ରାସ କିମ୍ବା ବୃଦ୍ଧି ଭଳି ସମସ୍ୟା ଦେଖା ଦିଏନାହିଁ।

କର୍କଟ ରୋଗରୁ ରକ୍ଷା କରେ : ଏହି ତେଲ ଶରୀରରେ କ୍ୟାନ୍ସର କୋଷକୁ ବୃଦ୍ଧି ହେବାକୁ ଦିଏ ନାହିଁ।

ହୃତପିଣ୍ଡ ସୁସ୍ଥ ରହେ: ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟ୍ରଲର ମାତ୍ରା ସଠିକ୍ ରହୁଥିବାରୁ ଏହା ହୃଦଘାତ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ସର୍ଦ୍ଦି ଦୂର କରିଥାଏ: କଞ୍ଚା ସୋରିଷ ତେଲ ସର୍ଦ୍ଦି-କାଶ ଆଦି ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଖାଦ୍ୟ ବ୍ୟତୀତ ଦେହ ଓ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଥଣ୍ଡା ରୋଗୀଙ୍କୁ ଉପକାର ମିଳିଥାଏ।

ଭୋକ ବଢ଼ାଇଥାଏ: ଭୋକ ନ ହେଲେ ଜବରଦସ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ସହଜରେ ହଜମ ନ ହୋଇ ସମସ୍ୟା ସୃଷ୍ଟି କରିଥାଏ। ତେବେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ ଏବଂ ଠିକ୍ ସମୟରେ ଭୋକ ଲାଗିଥାଏ।

କେଶ ପାଇଁ ଲାଭଦାୟକ : ନିୟମିତ କେଶରେ ସୋରିଷ ତେଲ ଲଗାଇବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ। ରୁପି, କେଶ ଝଡ଼ିବା, ଫାଟିବା, ରୁକ୍ଷ ହେବା ଆଦି ସମସ୍ୟା ଦୂରେଇଯାଏ।

ଓଠ ପାଦ ଫାଟିବା ସମସ୍ୟା ଦୂର ହୋଇଥାଏ : ଓଠ ଓ ପାଦ ଫାଟୁଥିଲେ ଆପଣ ଶୋଇବା ପୂର୍ବରୁ ସୋରିଷ ତେଲ ମାଲିସ୍ କରି ଶୁଅନ୍ତୁ। ଏହାଦ୍ବାରା ଖୁବଶୀଘ୍ର ଲାଭ ମିଳିବ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories