www.samajalive.in
Monday, December 8, 2025
14.1 C
Bhubaneswar

ଭ୍ରମଣ କରି ସୁସ୍ଥ ରହନ୍ତୁ

କରୋନା ଭ୍ୟାକ୍ସିନ୍‌ ପ୍ରୟୋଗ ବିଶ୍ବର କେତେକ ପ୍ରାନ୍ତରେ ଆରମ୍ଭ ହୋଇଛି। ଆଶା କରାଯାଉଛି ଆସନ୍ତା ବର୍ଷ ମଧ୍ୟ ଭାଗ ସୁଦ୍ଧା ଭ୍ୟାକ୍ସିନ୍‌ ପ୍ରତ୍ୟେକ ଲୋକ ନେବା ପରେ ଜନଜୀବନ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ। କରୋନାକାଳରେ ଭ୍ରମଣପ୍ରିୟ ଲୋକଙ୍କ ଅବସ୍ଥା ନ କହିଲେ ଭଲ। ୨୦୧୯ରେ ଯୁବବର୍ଗଙ୍କ ତୁଳନାରେ ବୟସ୍କ ପିଢ଼ି ଅଧିକ ସଂଖ୍ୟାରେ ଭ୍ରମଣ କରିଥିଲେ, ଅବସର ପରେ ସଞ୍ଚିତ ଅର୍ଥରେ ବୟସ୍କ ଦମ୍ପତି ରୀତିମତ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ପ୍ରତି ବର୍ଷ ଭ୍ରମଣ କରୁଥିବା ବ୍ୟକ୍ତି ଅନ୍ୟ ବର୍ଗର ଲୋକଙ୍କ ତୁଳନାରେ ସୁସ୍ଥ ଜୀବନ ଅତିବାହିତ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିବା ସହ ୪୫% ଲୋକ ମତ ଦେଇଛନ୍ତି ପ୍ରତି ୬ମାସରେ ଥରେ ଦେଶବିଦେଶ ବୁଲାବୁଲି କଲେ ସେମାନଙ୍କୁ ମାନସିକ ଶାନ୍ତି ମିଳେ। ଭ୍ରମଣ କରୁଥିବା ବୟସ୍କ ପିଢ଼ିଙ୍କ ଠାରେ ହୃଦ୍‌ଘାତ, ମସ୍ତିଷ୍କ ରୋଗର ସମସ୍ୟା ଅନ୍ୟଙ୍କ ତୁଳନାରେ ଅପେକ୍ଷାକୃତ କମ୍ ଦେଖାଯାଇଛି। ବିଭିନ୍ନ ଦର୍ଶନୀୟ ସ୍ଥାନର ଭ୍ରମଣ ସମୟରେ ଏଇ ବର୍ଗର ଲୋକଙ୍କ ମାନସିକ ଚାପ କମ୍ ହୁଏ। କାମର ଚାପ ଯେତେ ଅଧିକ ଥିଲେ ମଧ୍ୟ ବର୍ଷକୁ ଥରେ କିମ୍ବା ଦୁଇଥର ପରିବାରଲୋକଙ୍କ ସହ ବୁଲାବୁଲି କରିବାକୁ ନିଶ୍ଚୟ ଯିବା ଉଚିତ। ମହାମାରୀର ପ୍ରକୋପ କମିବା ପରେ ଭ୍ରମଣ କରିବାକୁ ଏଥରକ ପୂର୍ଣ୍ଣ ପ୍ରସ୍ତୁତ ହୁଅନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories