ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି କଢ଼
ଆପଣ ସମସ୍ତେ ତ ନିମ୍ବର ଅନେକ ଲାଭଦାୟକ ଗୁଣ ବିଷୟରେ ଜାଣିଛନ୍ତି। ଏହାର ପତ୍ର ଠାରୁ ଆରମ୍ଭ କରି ଚେର ପର୍ଯ୍ୟନ୍ତ ସବୁ କିଛି ଆମର ଅତ୍ୟନ୍ତ ଉପଯୋଗୀ। ନିମ୍ବ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଖରା ଦିନେ ପ୍ରବଳ ଖରା ଯୋଗୁଁ ଶିରୀରରୁ ଝାଳ ନିର୍ଗତ ହୋଇଥାଏ। ଏହାସହ ଶରୀରରୁ ଆମିନୋ ଏସିଡ ବାହାରକୁ ଆସି ଚର୍ମ ଉପରେ ଏକ ତୈଳାକ୍ତ ଆସ୍ତରଣ ସୃଷ୍ଟି ହୋଇଯାଏ। ଏହାଦ୍ବାରା ଅନେକ ଚର୍ମ ରୋଗ ହେବାର ସମ୍ଭାବନା ରହିଛି। ତେଣୁ ଏହି ସମସ୍ୟା ଠାରୁ ଦୁରେଇ ପାଇଁ ଅନେକ ଲୋକ ନିମ୍ବ କଢ ଖାଇ ଥାଆନ୍ତି। ତେବେ ନିମ୍ବ କଢର ଅନେକ ଲାଭଦାୟକ ଗୁଣ ରହିଛି। ଆସନ୍ତୁ ଜାଣିବା ସେ ସବୁ ବିଷୟରେ ..
ନିମ୍ବ କଢରେ ଅନେକ ପୋଷକ ତତ୍ତ୍ବ ରହିଛି।
ଏହାକୁ ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇଥାଏ।
ଏହା ଇନସୁଲିନକୁ ମଧ୍ୟ କ୍ଷରଣ କରିଥାଏ।
ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହେବା ଦ୍ବାରା ଅନେକ ଚର୍ମ ରୋଗ ହୋଇଥାଏ।
ମଧୁମେହ ରୋଗୀମାନେ ଏହି କଢ ଖାଇବା ଉଚିତ।
ନିମ୍ବ କଢକୁ ଜୁସ କରି ଅଧ କପ ପିଇବା ଦ୍ବାରା ରକ୍ତ ସଫା ହୋଇଥାଏ।
ଏହାଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।