www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନର ୧୯ ଲୋକସଭା ପ୍ରାର୍ଥୀ ଘୋଷଣା: ରାଜନୀତିରେ ପାଦ ଦେଲେ ଗେହଲଟଙ୍କ ପୁଅ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ରାଜନୀତିରେ ପାଦ ଦେଇଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କୁ ଯୋଧପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏହା ସହ ରାଜ୍ୟର ୨୫ ଲୋକ ସଭା ଆସନ ମଧ୍ୟରୁ ୧୯ଟି ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ, ୮ଜଣ ପୂର୍ବତନ ଏମପି, ୨ ଜଣ ପୂର୍ବତନ ବିଧାୟକ, ଜଣେ ବିଧାୟକ ଏବଂ ଗତ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିବା ୫ ବିଧାୟକ ପ୍ରାର୍ଥୀ ରହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ୫ ଘଣ୍ଟା ଧରି ବିଚାରବିମର୍ଶ କରାଯିବା ପରେ ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ସିଂହଙ୍କୁ ଅଲୱାର ଆସନରୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ ବିଜେପରି ବରିଷ୍ଠ ନେତା ଯଶୱନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ କଂଗ୍ରେସ ଟିକେଟରୁ ବାରମେର ଆସନରୁ ଲଢ଼େଇ କରିବେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories