www.samajalive.in
Wednesday, December 10, 2025
26.1 C
Bhubaneswar

ଘୃଣ୍ୟ ମନ୍ତବ୍ୟ ଦେଶର ବାତାବରଣକୁ ବିଷାକ୍ତ କରୁଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗକୁ ନେଇ କେତେକ ବ୍ୟକ୍ତି ଘୃଣ୍ୟ ମନ୍ତବ୍ୟ ପ୍ରଦାନ କରୁଥିବାରୁ ଏଥିପାଇଁ ଦେଶର ବାତାବରଣ ବିଷାକ୍ତ ହେଉଥିବା ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଘୃଣ୍ୟ ମନ୍ତବ୍ୟ ପ୍ରଦାନ ଉପରେ ରୋକ୍‌ ଲଗାଇବାରେ ସରକାରଙ୍କ ଉଦାସୀନତାକୁ ନେଇ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ୟୁୟୁ ଏହା କହିଛନ୍ତି।
୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠ ହିନ୍ଦୁଙ୍କ ଭୋଟ୍‌ ହାସଲ ଲାଗି କେତେକ ରାଜନୈତିକ ବ୍ୟକ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଘୃଣ୍ୟ ମନ୍ତବ୍ୟ ପ୍ରଦାନ କରୁଥିବା ବେଳେ ଏହାକୁ ରୋକିବାକୁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦର୍ଶାଇ ଜନସ୍ବାର୍ଥ ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ୟୁୟୁ ଲଳିତ ଓ ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ପୀଠ କହିଥିଲେ ଆବେଦନକାରୀ କେଉଁ ନିର୍ଦିଷ୍ଟ ପ୍ରସଙ୍ଗ ନେଇ ଏହି ମାମଲା ରୁଜୁ କରିଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି। ଆବେଦନକାରୀ କେଉଁ ନିର୍ଦିଷ୍ଟ ପ୍ରସଙ୍ଗ କଥା ଉଠାଇଛନ୍ତି, ସେହି ପ୍ରସଙ୍ଗରେ କେଉଁମାନେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି କି ନାହିଁ ସେ ସଂପର୍କରେ ଆବେଦନରେ କୌଣସି ସୂଚନା ନାହିଁ। ତେବେ ଘୃଣ୍ୟ ମନ୍ତବ୍ୟ ଯୋଗୁଁ ଦେଶର ବାତାବରଣ ବିଷାକ୍ତ ହେଉଛି ଏଥିରେ କୌଣସି ଦ୍ବିମତ ନାହିଁ।
ଆବେଦନକାରୀ ଆଇନଜୀବୀ ହରପ୍ରୀତ ମନସୁଖ୍‌କାନି ପୀଠ ସମ୍ମୁଖରେ ନିଜ ଯୁକ୍ତି ଉପସ୍ଥାପନ କରି କହିଥିଲେ ଘୃଣ୍ୟ ମନ୍ତବ୍ୟ ପ୍ରଦାନ ବର୍ତ୍ତମାନ ସମୟରେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଏହାକୁ ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଆବଶ୍ୟକତା ରହିଛି। ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ପୀଠ ଘୃଣ୍ୟ ମନ୍ତବ୍ୟ ପ୍ରଦାନ ନେଇ ନିର୍ଦିଷ୍ଟ ପ୍ରସଙ୍ଗ ସଂପର୍କରେ ଲିଖିତ ଭାବେ ଜଣାଇବାକୁ କହିଥିଲେ। ଆଗାମୀ ଦିନରେ ଏ ସଂପର୍କରେ ସତ୍ୟପାଠ ଦାଖଲ କରିବେ ବୋଲି ଆଇନଜୀବୀ ମତ ରଖିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୧ରେ ହେବ ବୋଲି ଜଣାପଡ଼ିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories