www.samajalive.in
Saturday, December 6, 2025
26.1 C
Bhubaneswar

ମାନସିକ ବିକାରଗ୍ରସ୍ତ ପୁଅ କେନ୍ଦ୍ରାପଡାରେ ଚିହ୍ନଟ 

ହରଭଙ୍ଗା : ମୂଲ ମଜୁରୀ କରି ଦୁଃଖ କଷ୍ଟରେ ଚଳିଯାଉଥିଲା ସଂସାର। ଦୁଇ ବର୍ଷ ତଳେ ମନମୋହନ ମାନସିକ ରୋଗର ଶୀକାର ହେଲେ। ମାନସିକ ଭାରସାମ୍ୟ ହରାଇ ନିଜର ହିତା ହିତଜ୍ଞାନ ମଧ୍ୟ ଭୁଲିଗଲେ। ଘରଦ୍ୱାର ଭଙ୍ଗାରୁଜା ସହିତ ଘରେ ପିଟାମରା କରି ବିଭିନ୍ନ ଅପ୍ରିତିକର କାର୍ଯ୍ୟକଲେ। ଶେଷରେ ଛଅମାସ ତଳେ ଘର ଛାଡି ପଳେଇଯାଇଥିବା ମନମହୋନ ଗିରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଥିବା ସୂଚନା ମିଳିଛି। ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ। ଗ୍ରାମର ଚନ୍ଦ୍ର ଗିରିଙ୍କ ପୁଅ ହେଉଛନ୍ତି ମନମୋହନ ଗିରି (୪୮)। ବିବାହିତ ମନମୋହନଙ୍କ ଗୋଟିଏ ପୁଅ,ଗୋଟିଏ ଝିଅ ଏବଂ ବୃଦ୍ଧ ,ବାପା ମ।ଆ ଘରେ ଅଛନ୍ତି।
ଘରର ଏକମାତ୍ର ରୋଜଗାରିଆ ପୁଅ ମାନସିକ ରୋଗରେ ପିଡୀତ ପରେ ପରିବାର ଅତି ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଘରର ଅଭାବ ଅସୁବିଧା ଦେଖି ମନମୋହନଙ୍କ ଏକମାତ୍ର ପୁଅ ରୋଜଗାର ପାଇଁ ଚେନ୍ନାଇ ଯାଇଥିବା ବେଳେ ବୃଦ୍ଧ ଶାଶୁ ଶଶୁର ସହିତ ଏକ ମାତ୍ର  ଝିଅର ଦାୟିତ୍ୱ ମନମୋହନଙ୍କ ପନ୍ତ୍ରୀ କାନ୍ଧରେ ପଡିଛି। ମନମୋହନଙ୍କ ବାବଦରେ କେନ୍ଦ୍ରାପଡା ମହାକାଳପଡା ସମାଜ ପ୍ରତିନିଧି ବୌଦ୍ଧ ପ୍ରତିନିଧିଙ୍କୁ ସୂଚନା ଦେବା ପରେ ମନମୋହନଙ୍କ ଠିକଣା ଜଣାପଡିଥିଲା। ପରିବାର ଲୋକେ ତାଙ୍କ ବିଷୟରେ ଖବର ପାଇଁ ଖୁସି ହୋଇଥିଲେ। ମନମୋହନଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ସେ ଘରକୁ ଫେରିଲେ ସମସ୍ତଙ୍କ ପାଇଁ ବିପଦ ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ତାଙ୍କର ମାନସିକ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ସହାୟତା ଯୋଗାଇଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ ଅସହାୟ ପରିବାରଙ୍କୁ ସହାୟତାର ହାତ ବଢାଇବା ପାଇଁ ପୂର୍ବତନ ସରପଂଚ ନରେଶ ସେଠୀ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories