www.samajalive.in
Saturday, December 6, 2025
26.1 C
Bhubaneswar

ଓଲଟିଲା ହାଇଡ୍ରା,ଗାଡିତଳେ ଚାପି ହେଲେ ଚାଳକ 

ହରଭଙ୍ଗା :  ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ବସଷ୍ଟପ ଛକନିକଟରେ ବୁଧବାର ସକାଳେ ଟ୍ରକରୁ ଲୁହାପାଇପ୍ ଓହ୍ଲାଉଥିବା ଏକ ହାଇଡ୍ରା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ହାଇଡ୍ରା ଚାଳକ  ଗାଡି ତଳେ ଚାପି ହୋଇଯାଇଥିଲେ। ଖବରପାଇ ହରଭଙ୍ଗା ଦମକଳବାହିନୀ ଘଟଣା ସ୍ଥଳରେ ପଂହଚି ଚାଳକଙ୍କୁ ଜୀବିତ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲ ନିଆଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ , ହରଭଙ୍ଗାର ପାଣିଘରା ମହାନଦୀ ଘାଟରୁ  କମ୍ପାନୀ ଦ୍ୱାରା ଏକ ବୃହତ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କମ୍ପାନୀର ଏକ ଲୁହା ପାଇପ ବୋଝେଇ ଟ୍ରକରୁ ପାଇପ ଅନଲୋଡ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହରଭଙ୍ଗା ପୁଲିସ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories