www.samajalive.in
Saturday, December 6, 2025
19.1 C
Bhubaneswar

୭୯ ପିଇଓଙ୍କୁ ମିଳିଲା ଜିପିଡିଓ ପଦୋନ୍ନତି

ହରଭଙ୍ଗା : ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ୨ ତାରିଖ ୭୯ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ)ଭାବେ ପଦୋନ୍ନତି ଦିଆଯାଇଛି। ମାତ୍ର ବିଡମ୍ବନା ଏବଂ ଦୁଃଖର ବିଷୟ ଏହିକି ଯେ ଖୋଦ୍ ବୌଦ୍ଧ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳିର ଗୁରୁତ୍ୱପୂର୍ଣ୍ଣ ବ୍ଲକ ଭାବେ ଜଣାଶୁଣା ହରଭଙ୍ଗା ବ୍ଲକର ଜିପିଡିଓ ପଦବୀ ପୂରଣ ଦିଗରେ ଅଣଦେଖା ମନୋଭାବ ସମସ୍ତଙ୍କୁ ବ୍ୟଥିତ କରିଛି। ୭୯ ପିଇଓଙ୍କ ପଦୋନ୍ନତି ତାଲିକାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ପିଇଓ ବିରଂଚି ନାରାୟଣ ପଣ୍ଡାଙ୍କୁ ବୌଦ୍ଧ ବ୍ଲକ ,ବୌଦ୍ଧ ବ୍ଲକ କାର୍ଯ୍ୟରତ ପିଇଓ ଗୌରିଶଙ୍କର ପ୍ରଧାନଙ୍କୁ କଂଟାମାଳ ବ୍ଲକ ଏବଂ ଜତୀନ କୁମାର ମିଶ୍ରଙ୍କୁ ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକର ଜିପିଡିଓ ଭାବେ ପଦୋନ୍ନତି ମିଳିଛି। ମାତ୍ର ହରଭଙ୍ଗା ବ୍ଲକରେ ଦୀର୍ଘ ୪ବର୍ଷ ହେଲା ଜିପିଡିଓ ପଦବୀ ଖାଲି ପଡିଛି। ତୁରନ୍ତ ହରଭଙ୍ଗା ବ୍ଲକର ଜିପିଡିଓ ପଦବୀ ପୂରଣ ପାଇଁ ସବୁ ମହଲରୁ ଦାବୀ ଉଠୁଛି।
ପ୍ରକାଶ ଯେ ୨୨ ପଂଚାୟତକୁ ନେଇ ହରଭଙ୍ଗା ବ୍ଲକ ଗଠନ ହୋଇଛି। ୨୦୧୭ରେ ପଂଚାୟତ ସମ୍ପ୍ରସାରଣ ପରେ ୦୫ଟି ନୂଆ ପଂଚାୟତ ଗଠନ ହେବା ସହିତ ପଂଚାୟତ ସଂଖ୍ୟା ୨୨ରେ ପଂହଚିଛି। ବର୍ତମାନ ସରକାର ପଂଚାୟତ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବା ସହ ପଂଚାୟତ ଅଧିନରେ ରହିଥିବା ହାଟ, ଘାଟ, ବନ୍ଧ, ପୋଖରୀ ଉନ୍ନୟନ କାର୍ଯ୍ୟ ସାଙ୍ଗକୁ ସେ ଗୁଡିକର ନିଲାମ ଠାରୁ ଆରମ୍ଭ କରି ଗ୍ରାମସଭା,ପଲ୍ଲୀସଭା ସହିତ ରାଜସ୍ୱ ବୃଦ୍ଧି ଦିଗରେ ଜଣେ ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାତ୍ର ବ୍ଲକରେ ଗତ ୨୦୨୦ରୁ ଜଣେ ସ୍ଥାୟୀ ଜିପିଡିଓ ପଦବୀ ଖାଲି ପଡିଛି। ଅନ୍ୟପଟେ ପିଇଓ ମାନଙ୍କ ପଦୋନ୍ନତି ତାଲିକା ପ୍ରକାଶ ସତ୍ୱେ ହରଭଙ୍ଗା ବ୍ଲକର ଜିପିଡିଓ ପଦବୀ ପୂରଣ ନହୋଇ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories