www.samajalive.in
Wednesday, December 10, 2025
18.1 C
Bhubaneswar

ତେଜିଲା କ୍ରସର ବିରୋଧି ଆନ୍ଦୋଳନ, ବନ୍ଦ ପାଇଁ ଶପଥ ନେଲେ ଖରଭୁଇଁ ଗାଁ ଲୋକେ

ହରଭଙ୍ଗା: ଶିଳ୍ପ ବିହୀନ ବୌଦ୍ଧଜିଲ୍ଲାର ହରଭଙ୍ଗା ତହସିଲ ଅଂଚଳରେ ଗଢି ଉଠିଥିବା ବେଆଈନ କ୍ରସର ସାଙ୍ଗକୁ ପଥର ଉତୋଳନ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି।ବେଆଈନ ପଥର ଉତୋଳନ ଏବଂ କ୍ରସର ବନ୍ଦ ବିରୁଦ୍ଧରେ ଖରଭୁଇଁ ଗ୍ରାମର ସ୍ୱୟଂ ସହାୟକ ମହିଳା ଗୋଷ୍ଠି ଏବଂ ଗାଁ ଲୋକେ ବଜ୍ର ଶପଥ ନେଇଥିବା ସୂଚନା ମିଳିଛି। ପ୍ରକାଶ ଯେ ଏହି ତହସିଲ ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତର ଖରଭୂଇଁ ଅଂଚଳରେ ଚାରି ଚରୋଟି ପଥର କୁଆଁରୀ ସହିତ କ୍ରସର ଶିଳ୍ପ ଚାଲୁ ରହିଛି। ବେଆଈନ ପଥର ଉତୋଳନ ଏବଂ କ୍ରସର ଶୀଳ୍ପ ଯୋଗୁଁ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଧ୍ୱଂସ ହେବାକୁ ବସିଛି। ମାଇନର ମିନେରାଲ ନାଁରେ ବଡ ବଡ ବିସ୍ଫୋରଣରେ ବେଆଈନ ଭାବେ ପଥର ଉତୋଳନ କରାଯାଉଥିବାରୁ ସ୍ଥାନୀୟ ଲୋକେ ପ୍ରତିଦିନ ମୃଦୁ ଭୂକମ୍ପ ଅନୁଭବ କରୁଛନ୍ତି।

ବିସ୍ଫୋରଣରେ ଘରଦ୍ୱାର ଫାଟି ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଥର କୁଆଁରୀ ଲିଜ ଦେଇ ଗାଁ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହେଉଛି। କ୍ରସର ପ୍ରଦୂଷଣ ଯୋଗୁଁ କିଡନୀ ଭଳି ମହାମାରୀ ରୋଗ ମଧ୍ୟ ବୃଦ୍ଧି ପାଉଛି।କ୍ରସର ଶୀଳ୍ପ ନାଁରେ ଗଢିଉଠିଥିବା ବିନାଶକାରୀ ଶିଳ୍ପକୁ ବନ୍ଦ କରିବା ଜିଦ୍‍ରେ ଗାଁ ଲୋକେ ସାମୁହିକ ଭାବେ ବଜ୍ର ଶପଥ କରିବା ସହିତ କୌଣସି ପରିସ୍ଥିତିରେ ଏଭଳି ଶିଳ୍ପକୁ ଆଉ ଚାଲିବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ, ହରଭଙ୍ଗା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ପାଇଁ ଗ୍ରାମବାସୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories