www.samajalive.in
Sunday, December 7, 2025
14.1 C
Bhubaneswar

ନୂତନ କୋଠା ନିର୍ମାଣ ପରେ ବି ଖୋଲିପାରୁନି ଅବକାରୀ ଥାନା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକଠାରେ ନୂତନଭାବେ ନିର୍ମାଣ ହୋଇଥିବା ହରଭଙ୍ଗା ଅବକାରୀ ଥାନା କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ବିଳମ୍ବ ହେଉଛି। ନୂତନ କୋଠାଘର ନିର୍ମାଣର ବର୍ଷେ ପରେ ବି ଘର ମୁକୁଳା ପଡିଥିବାରୁ ନୂଆ ଘର ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି। ସୂଚନା ମତେ ହରଭଙ୍ଗା ଅବକାରୀ ଥାନାର ନିଜସ୍ୱ କାର୍ଯ୍ୟାଳୟ ନଥିବାରୁ ଏହା ଦୀର୍ଘବର୍ଷ ହେଲା ଅସ୍ଥାୟୀ ଭାବେ ଏକ ଭଡାଘରେ ଅଫିସ ଚାଲିଆସୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ନୂତନ କୋଠାଘର ନିର୍ମାଣ କରାଗଲା। ମାତ୍ର ନିର୍ମାଣ ଶେଷ ପରେ ବିଭାଗକୁ କୋଠାଘର ହସ୍ତାନ୍ତର କରାନଯାଇ ତରବରିଆ ଭାବେ ଗତ ବର୍ଷେ ତଳେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ କରାଯାଇଥିଲା।

ଉଦ୍‍ଘାଟନ କାର୍ଯ୍ୟକ୍ରମ ଶେଷ ପରେ ବି ଏହାର ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ ବାକିଥିବାରୁ ନୂତନ କାର୍ଯ୍ୟାଳୟ ହସ୍ତାନ୍ତରରେ ଅହେତୁକ ବିଳମ୍ବ ଦେଖାଦେଇଛି। ଯାହା ଫଳରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ କେବେ ଖୋଲିବ ତାକୁ ନେଇ ଆଶଙ୍କା ଦେଖାଦେଇଛି। ସରକାରୀ ଘର ନିର୍ମାଣ ପରେ ବି ସ୍ଥାୟୀଭାବେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ନ ହେବା ପରୋକ୍ଷରେ ନିଶାଦ୍ରବ୍ୟ କାରବାରକୁ ବୃଦ୍ଧି କରିବାରେ ସହାୟକ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ ଜୋରଧରିଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories