www.samajalive.in
Thursday, December 11, 2025
14.1 C
Bhubaneswar

କିଡନୀ ଆକ୍ରାନ୍ତ ଗାଁରେ ପହଞ୍ଚିଲା ପ୍ରଶାସନ, ସହାୟତା ପାଇଁ ଦେଲା ପ୍ରତିଶ୍ରୁତି

ହରଭଙ୍ଗା: ସମ୍ପ୍ରତି ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅର୍ନ୍ତଗତ ଚନ୍ଦ୍ରଶେଖରପୁର ଗାଁରେ କିଡନୀ ରୋଗ ଆତଙ୍କ ସୃଷ୍ଟି କରିଛି। ଆଜି ଜିଲା ପ୍ରଶାସନ ଓ ଲୋକ ପ୍ରତିନିଧି ଚନ୍ଦ୍ରଶେଖରପୁର ଗାଁରେ ପହଞ୍ଚି ସ୍ଥି୍ତି ଅନୁଧ୍ୟାନ କରିଛନ୍ତି। କିଡ୍‌ନୀ ରୋଗର ନିରାକରଣ ସାଙ୍ଗକୁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ଚନ୍ଦ୍ରଶେଖରପୁର ଗାଁରେ ୨୮ ପରିବାର ବସବାସ କରୁଥିବା ଏହି ମାରାତ୍ମକ ବେମାରୀରେ ବର୍ତ୍ତମାନ ୦୯ଜଣ ଆକ୍ରାନ୍ତ ଥିବାବେଳେ ୧୨ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏ ନେଇ ‘ସମାଜ’ରେ ଲଗାତାର ଖବର ପ୍ରକାଶିତ ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

 

- Advertisement -

ଶନିବାର ସ୍ଥିତି ଅନୁଧ୍ୟାନ ପାଇଁ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରା, ହରଭଙ୍ଗା ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା.ଶ୍ରୀମନ୍ତ ସ୍ୱାଇଁ, ବୌଦ୍ଧ ଜିଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ପ୍ରମୁଖ ଚନ୍ଦ୍ରଶେଖରପୁର ଗାଁରେ ପହଞ୍ଚିଥିଲେ। ଏଠାରେ ସେମାନେ ଗ୍ରାମବାସୀଙ୍କ ସହିତ ରୋଗର ଭୟାବହତା ବିଷୟରେ ଆଲୋଚନା କରିଥିଲେ। ପ୍ରାଥମିକ ତଦନ୍ତରୁ ନଳକୂପ ପାଣିରୁ ଅଧିକାଂଶ ଲୋକ କିଡନୀରେ ଆକ୍ରାନ୍ତ ହେଉଥିବା ପ୍ରଶାସନିକ ଟିମ ଜାଣିପାରିଛି। ଏହାକୁ ଦୃଷ୍ଟିରେ ରଖି ଗାଁ ମଝିରେଥିବା କୂଅର ପାଣିକୁ ଓଭରହେଡ ଟାଙ୍କିରେ ବିଶୋଧନ କରାଯିବ ଏବଂ ଏକୁଆଗାର୍ଡ ସାହାଯ୍ୟରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଗାଁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଶୁଦ୍ଧ ପାନୀୟ ଜଳନ ବ୍ୟବସ୍ଥା କରାଯିବ। ସେହିପରି କିଡ୍‌ନୀ ଆକ୍ରାନ୍ତ ରୋଗୀଙ୍କୁ କିଭଳି ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ ସେ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories