www.samajalive.in
Thursday, December 11, 2025
16.1 C
Bhubaneswar

ଦୁର୍ଗମ ଗାଁ ପରିଦର୍ଶନ କଲେ ଜିଲାପାଳ: ସମସ୍ୟା ବୁଝିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ହରଭଙ୍ଗା: ବୌଦ୍ଧ ଜିଲାପାଳ ସୁବ୍ରତ କୁମାର ପଣ୍ଡା ଶନିବାର ହରଭଙ୍ଗା ବ୍ଲକର ଦୁର୍ଗମ ଅଂଚଳ ଭାବେ ଜଣାଶୁଣା କଣ୍ଡରା ଓ କାଚପାଜୁ ଗାଁ ପରିଦର୍ଶନ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କୁ ସାଙ୍ଗରେ ଧରି ପାହାଡ ଉପରେ ଥିବା କଣ୍ଡରା ଓ କାଚପାଜୁ ଦୁର୍ଗମ ଗାଁରେ ଜିଲାପାଳ ପହଞ୍ଚିଥିଲେ। ସେଠାରେ ଜିଲାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଜିଲାପାଳ କାଚପାଜୁଥିବାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠପଢା ବିଷୟରେ ପଚାରିବୁଝିବା ସହିତ ପିଲାଙ୍କୁ ଚକୋଲେଟ, ବିସ୍କୁଟ, ଖାତା, କଲମ ବଣ୍ଟନ କରିଥିଲେ। ସ୍କୁଲକୁ ନିୟମିତ ଶିକ୍ଷକ ଆସୁନଥିବା ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହିତ ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲିବା ଏବଂ କର୍ମୀଙ୍କ ଅନୁପସ୍ଥିତି ନେଇ ଜିଲାପାଳଙ୍କୁ ଅବଗତ କରିଥିଲେ। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସମସ୍ୟା ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ।

- Advertisement -

ବୌଦ୍ଧ ଜିଲାପାଳ ସୁବ୍ରତ କୁମାର ପଣ୍ଡାଗଛ ମୂଳେ ବସି କାଚପାଜୁ ଗ୍ରାମବାସିଙ୍କ ସମସ୍ୟା ସର୍ମ୍ପକରେ ପଚାରିବୁଝିଥିଲେ । କଣ୍ଡରା ଓ କାଚପାଜୁକୁ ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକିୟା ସରିଥିବା ବେଳେ ରାସ୍ତା ନିର୍ମାଣ ହୋଇନପାରିବାରୁ ଲୋକେ ଜିଲାପାଳଙ୍କ ଆଗରେ ଅସନ୍ତୋଷ ଜାହିର କରିଥିଲେ । ଜଙ୍ଗଲ ଜମି ଅନୁମତି କାର୍ଯ୍ୟ ତ୍ୱାରାନ୍ୱିତ କରାଯାଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଜିଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏପରିକି ଜଙ୍ଗଲ କିସମ ନଥିବା ଅଂଚଳରେ ରାସ୍ତା କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ କଣ୍ଡରା ଗାଁରେ ପଂହଚି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ସହିତ ବନ୍ଧ ନିର୍ମାଣ ଆଦି ସର୍ମ୍ପକରେ ଦୃଷ୍ଟି ଦେବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତିମାସରେ ଭତ୍ତା ଟଙ୍କା କିଭଳି ଦୁର୍ଗମ ଅଂଚଳ ହିତାଧିକାରୀଙ୍କ ହାତପାହାନ୍ତାରେ ପଂହଚିବ ସେ ଦିଗରେ ଦୃଷ୍ଟି ଦେବା; ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ ସହିତ କଣ୍ଡରା, କାଚପାଜୁ ଏବଂ ବିଦ୍ୟାଳୟରେ ନଳକୂପ ଖନନ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁଲୁକେଟିରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଲେ। ଏହା ସହିତ ଗ୍ରାମରେ ଷ୍ଟ୍ରୀଟ ଲାଇଟ ଲଗାଇବାକୁ ସ୍ଥାନୀୟ ସରପଞ୍ଚଙ୍କୁ ନିର୍ଦେଶ ଦେଲେ। ଖେଳପଡ଼ିଆ, ପୋଖରୀ ଖନନ ପାଇଁ ଡିପିଆର ପ୍ରସ୍ତୁତ ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। ଏହା ସହିତ ଗାଁ ଲୋକଙ୍କୁ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ସୂଚନା ମଧ୍ୟ ଦେଇଥିଲେ।

ଜିଲାପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଏକ ପ୍ରାଣି ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଉପଜିଲାପାଳ ପ୍ରବୀଣ କୁମାର କୁମାର ବାଣୁଆ,ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ, ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ହରଭଙ୍ଗା ତହସିଲଦାର ବିଭୁ ପ୍ରସାଦ ସିଂ, ହରଭଙ୍ଗା ବିଇଓ ଅଜୟ କୁମାର ଲୁହା, ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories