www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନଶିକ୍ଷକ ପଦୋନ୍ନତି ପାଇଁ ବିଜ୍ଞପ୍ତି ଜାରି; ଶାରୀରିକ ଭିନ୍ନକ୍ଷମ, ବିଧବା ଓ ମହିଳା ଶିକ୍ଷକଙ୍କୁ ଆଗ୍ରାଧିକାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଲେବୁଲ-୪ (୧୪୬ଜଣ) ଶିକ୍ଷକଙ୍କୁ ଲେବୁଲ-୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷାବିଭାଗ ପତ୍ର ସଂଖ୍ୟା-୩୩୧୨/୨୫/୦୫/୨୩ ଅନୁଯାୟୀ, ଯୋଗ୍ୟ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଦୋନ୍ନତି ଦେବା ନିମନ୍ତେ ଆସନ୍ତା ୩୦ତାରିଖରେ କାଉନସେଲିଂ ଏବଂ ୩୧ରେ ନୂତନ ବିଦ୍ୟାଳୟରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଏଲିମେଣ୍ଟାରୀ ନିର୍ଦ୍ଦେଶକଙ୍କ ନିୟମ ଅନୁସାରେ, କାଉନସେଲିଂରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବରିଷ୍ଠତା ଭିତ୍ତିରେ ଶାରୀରିକ ଭିନ୍ନକ୍ଷମ, ବିଧବା ଓ ମହିଳାଙ୍କୁ ଆଗ୍ରାଧିକାର ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

ପଦୋନ୍ନତି ଚାହୁଁନଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ପଦୋନ୍ନତି ପାଇଥିବା ଶିକ୍ଷକ ଯଦି ସେହି ପଦବୀରେ ସମୟସୀମା ମଧ୍ୟରେ ଯୋଗଦାନ ନ କରନ୍ତି ତାହେଲେ ତାଙ୍କୁ ସେ ବାବଦରେ ଆବଶ୍ୟକୀୟ ପ୍ରମାଣ ସହ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ନଚେତ୍‌‌ ତାଙ୍କର ପଦୋନ୍ନତି ବାତିଲ କରାଯିବା ସହ ଭବିଷ୍ୟତରେ ଆଉ ପଦୋନ୍ନତି ମିଳିବନାହିଁ ବୋଲି ପତ୍ରରେ ଦର୍ଶାଯାଇଛି। ପଦୋନ୍ନତି ନିର୍ଦ୍ଦେଶନାମା ପୂର୍ବରୁ ସମ୍ପୃକ୍ତ ବ୍ଲକ ଶିକ୍ଷାଅଧିକାରୀ ଉକ୍ତ ଶିକ୍ଷକମାନଙ୍କ ପ୍ରପଟି ଷ୍ଟେଟମେଣ୍ଟ ସାଙ୍ଗକୁ ସିସିଆର ଏବଂ ପାର ଲଗାତାର ୩ବର୍ଷର ରହିଥିବା ଜରୁରୀ ବୋଲି ପତ୍ରରେ ଦର୍ଶାଯାଇଛି। ଫୌଜଦାରୀ ମାମଲା ଥିଲେ ପଦୋନ୍ନତି ବାତିଲ କରାଯିବାକୁ ପତ୍ରରେ ଦର୍ଶାଯାଇଛି। ପଦୋନ୍ନତି ତାଲିକାରେ ଥିବା ଶିକ୍ଷକଙ୍କର କୌଣସି କୋର୍ଟକେସ୍ କିମ୍ବା ପ୍ରୋସିଡିଂ ଥିଲେ ତାଙ୍କର ପଦୋନ୍ନତି ହୋଇପାରିବ ନାହିଁ। ପଦୋନ୍ନତି ଶିକ୍ଷକମାନଙ୍କୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦରେ ଅବସ୍ଥାପିତ କରାଯିବା ସହ ତାଙ୍କର ଗୋଟିଏ ବର୍ଷ ପ୍ରୋବେସନ ସମୟ ରହିବ ବୋଲି ପତ୍ରରେ ଦର୍ଶାଯାଇଛି। ପ୍ରଧାନଶିକ୍ଷକ ପଦୋନ୍ନତି କାଉନସେଲିଂରେ ଯେଭଳି ଅନିୟମିତତା ଦେଖାନଯାଏ ସେ ଦିଗରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories