www.samajalive.in
Saturday, December 6, 2025
26.1 C
Bhubaneswar

ଭୂକମ୍ପରେ ଥରିଲା ଦିଲ୍ଲୀରୁ କାଶ୍ମୀର; ଆଫଗାନିସ୍ତାନରେ କେନ୍ଦ୍ରସ୍ଥଳ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆରମ୍ଭ କରି ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଚ୍‌, ରଜୌରୀ, ଶ୍ରୀନଗରରେ ଲୋକମାନେ ଭୂମିକମ୍ପ ଅନୁଭବ କରିଛନ୍ତି। ଭୂକମ୍ପ ମୋବାଇଲ୍ ଆପ୍ ଅନୁଯାୟୀ, ସକାଳ ୧୧.୧୯ରେ ଏହି କମ୍ପନ ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରେକର୍ଡ଼ କରାଯାଇଛି। ତେବେ ଏଥି​‌ରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ।

ସୂଚନା ମୁତାବକ, ଆଫଗାନିସ୍ତାନର ଫୈଜାବାଦର ଦକ୍ଷିଣପୂର୍ବକୁ ୭୦ କିଲୋମିଟର ଦୂରରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଭାବ ଭାରତର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି। ଭୂଗର୍ଭର ୨୨୦ କିଲୋମିଟର ଅଭ୍ୟନ୍ତରରେ ଏହି ଭୂକମ୍ପର ଉତ୍ପତ୍ତିସ୍ଥଳ ବୋଲି ଜଣାପଡ଼ିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories