www.samajalive.in
Saturday, December 6, 2025
26.1 C
Bhubaneswar

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ, ପ୍ରବେଶ ପୂର୍ବରୁ ହେଲା କରୋନା ପରୀକ୍ଷା

ହରଭଙ୍ଗା: କରୋନା ଯୋଗୁଁ ରାଜ୍ୟରେ ଗତ ମାର୍ଚ୍ଚ ୨୦୨୦ରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିବା ଯୋଗୁଁ ଦୀର୍ଘ ୯ମାସ ପରେ ଶୁକ୍ରବାରଠାରୁ ସ୍କୁଲ ଖୋଲିଛି ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଆସନ୍ତା ଏପ୍ରିଲ ୨୬ ପର୍ଯ୍ୟନ୍ତ ରାଜ୍ୟରେ ସବୁ ହାଇସ୍କୁଲରେ ଦଶମ ପିଲାଙ୍କ ପାଠପଢା ଚାଲିବ। ଶହେ ଦିନ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ପରେ ଚଳିତବର୍ଷ ମାର୍ଚ୍ଚ ୪ରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ। ରାଜ୍ୟସରକାରଙ୍କ ଏସ୍‌ଓପି ଅନୁସାରେ ଅଭିଭାବକଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀଙ୍କୁ ପାଠପଢାଇବା ଅନୁମତି ମିଳିଛି। ଏହା ସହିତ ସ୍କୁଲରେ ପ୍ରବେଶ ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଶ୍ରେଣୀଗୃହରେ ସାମାଜିକ ଦୂରତା ସହିତ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ପାଠପଢିଥିଲେ।

 

- Advertisement -

ଆଜି ସ୍କୁଲ ଖୋଲିବା ପରେ ପ୍ରଥମ ଦିନରେ ହରଭଙ୍ଗା ନୋଡାଲ ହାଇସ୍କୁଲରେ ପାଠପଢୁଥିବା ୧୬୦ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ଜଣ ସ୍କୁଲ ଆସିଥିଲେ। ସବୁ ଛାତ୍ରଛାତ୍ରୀଙ୍କ ସହିତ ୧୩ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ୪ଜଣ ସ୍କୁଲ କର୍ମଚାରୀଙ୍କୁ ମିଶାଇ ମୋଟ ୭୦ଜଣଙ୍କ ଆଣ୍ଟିଜେନ ତ୍ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହା ପରେ ସାମାଜିକ ଦୂରତା ସହିତ ଶ୍ରେଣୀଗୃହରେ ପିଲାଙ୍କ ପାଠପଢା ହୋଇଥିଲା। ପ୍ରଥମ ଦିନରେ କୋଭିଡ୍‌-୧୯ ଆଣ୍ଟିଜେନ୍‌ ପରୀକ୍ଷା ଯୋଗୁଁ ଦିନ ୧୨ଟା ପରେ ପାଠପଢା ଆରମ୍ଭ ହୋଇଥିଲା ବୋଲି ପ୍ରଧାନ ଶିକ୍ଷକ ମୁରଲିଧର ରଣା କହିଛନ୍ତି। ଆସନ୍ତାକାଲିଠାରୁ ସବୁ ପିଲା ସ୍କୁଲ ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ପାଠପଢାକୁ ନେଇ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories