ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ମାଧପୁର ନିକଟରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇଗଣ ବୋଝେଇ ପିକଅପ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ହେଲେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ବାଇଗଣ ବୋଝେଇ ପିକଅପ ଗାଡି ନଂ (ଓଡି ୦୫ ବିଏଚ ୦୪୮) ରାୟପୁରରୁ କଟକ ଯାଉଥିବା ସମୟରେ ମାଧପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ।ଏଥିରେ ଖଲାସୀ କଟକ ଅଂଚଳର ହିମାଂଶୁ ଶେଖର ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର କଟକ ଅଚଂଳର କୟଦ ନୋର୍ଡ କାଜି ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଡ୍ରାଇଭରକୁ ଗିରଫ କରିଥିବା ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି ।
Popular Categories



