www.samajalive.in
Monday, December 8, 2025
27.1 C
Bhubaneswar

ନାକଟିଦେଉଳ ବ୍ଲକ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 

ନାକଟିଦେଉଳ : ଗୁରୁବାର ସ୍ଵାଧୀନତା ଦିବସ। ଏହି ଅବସରରେ ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପ୍ରଶାସନ ପକ୍ଷରୁ  ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ବାଇକ ରାଲି ବାହାରିଥିଲା।  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧନାଇ ଚରଣ ଟୁଡୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସମସ୍ତେ ହାତରେ ଜାତୀୟ ପତାକା ତ୍ରିରଙ୍ଗା ଧରି ବିଭିନ୍ନ ଦେଶାତ୍ମକ ବୋଧ ସ୍ଲୋଗାନ ମାନ ଦେଇ ବ୍ଲକ କାର୍ଯ୍ୟାଳୟରୁ ବାହାରି ଜଗନ୍ନାଥ ପ୍ରସାଦ,ନାକଟିଦେଉଳ ବସଷ୍ଟାଣ୍ଡ,କଲେଜ ଛକ,ଗୋଧିଢିପ ଛକ ଦେଇ ସରାପାଲି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଧର ରାଉତରାୟ,ଗ୍ରା.ପ.ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ଟାଲି,ନାକଟିଦେଉଳ ଥାନା ଅଧିକାରୀ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories