www.samajalive.in
Sunday, December 7, 2025
26.1 C
Bhubaneswar

ପୁତ୍ର ସନ୍ତାନର ପିତା ହୋଇ ମଧ୍ୟ ଆଜନ୍ମ ବ୍ରହ୍ମଚାରୀ ଥିଲେ ହନୁମାନ, ଜାଣନ୍ତୁ ରହସ୍ୟ

ହିନ୍ଦୁ ଧର୍ମର ତେତିଶ କୋଟି ଦେବତାଗଣଙ୍କ ମଧ୍ୟରେ ରାମ ଭକ୍ତ ହନୁମାନ ଏକ ବିଶେଷ ସ୍ଥାନ ରହିଛନ୍ତି । ମହାଋଷି ଗୌତମଙ୍କ କନ୍ୟା ଅଞ୍ଜନୀଙ୍କ ଗର୍ଭରୁ ଜନ୍ମ ନେଇଥିବା ଭଗବାନ ହନୁମାନଙ୍କୁ ବାଳ ବ୍ରହ୍ମଚାରୀ ରୂପେ ପୂଜା କରାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭଗବାନ ହନୁମାନ ବିବାହିତ ଥିଲେ ଏବଂ ତାଙ୍କର ପୁତ୍ର ସନ୍ତାନ ମଧ୍ୟ ଥିଲା ।

ହନୁମାନ ଏକ ପୁତ୍ର ସନ୍ତାନର ପିତା ହୋଇଥିଲେ ମଧ୍ୟ ତାଙ୍କୁ ବହ୍ମଚାରୀ ଭାବରେ ଭକ୍ତ ଗଣ ଜାଣନ୍ତି । ଏହା ପଛରେ ଲୁଚି ରହିଛି ଏକ କାହାଣୀ । ଆସନ୍ତୁ ଜାଣିବା ଏହି ରହସ୍ୟର କାହାଣୀ…..

- Advertisement -

ପୌରାଣିକ ମତ ଅନୁଯାୟୀ, ଭଗବାନ ହନୁମାନଙ୍କ ପୁତ୍ରର ନାମ ମକରଧ୍ୱଜ ଥିଲା ବେଳେ ତାଙ୍କର ବିବାହ ସହ କୌଣସି ସମ୍ବନ୍ଧ ନ ଥିଲା । ଭଗବାନ ହନୁମାନ ସୂର୍ଯ୍ୟ ଦେବତାଙ୍କଠୁ ଶିକ୍ଷା ଲାଭ କରିଥିଲେ । ସେହି ସମୟରେ ସୂର୍ଯ୍ୟ ଦେବତା ଏକ ସର୍ତ୍ତ  ରଖିଥିଲେ ଯେ ହନୁମାନ ବିବାହ କରିବା ପରେ ହିଁ ସେ ତାଙ୍କୁ  ଶିକ୍ଷା ଦାନ କରିବେ । ଭଗବାନ ହନୁମାନ ଆଜୀବନ ବ୍ରହ୍ମଚାରୀ ରହିବା ଲାଗି  ପ୍ରତିଜ୍ଞାବଧ ଥିବାରୁ ତାଙ୍କ ପାଇଁ ଏହା ଏକ ପରୀକ୍ଷା ଥିଲା । ହନୁମାନଙ୍କୁ ଏପରି କଠିନ ପରିସ୍ଥିତିରେ ଚିନ୍ତିତ ଥିବାର ଦେଖି ସୂର୍ଯ୍ୟ ଦେବତା ତାଙ୍କୁ ନିଜ ଝିଅ ସହ ବିବାହ କରିବାକୁ ପ୍ରସ୍ତାବ ଦେଲେ । ସୂର୍ଯ୍ୟ ଦେବତାଙ୍କ ଝିଅ  ସୁବର୍ଚଳା ମଧ୍ୟ ହନୁମାନଙ୍କୁ  ବିବାହ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ପିତାଙ୍କ କଥାକୁ ସମ୍ମାନ ଜଣାଇ ସେ ବିବାହ ପାଇଁ ରାଜି ହୋଇଥିଲେ । ହନୁମାନ ଓ ସୁବର୍ଚଲାଙ୍କ ବିବାହ ହୋଇଥିଲା ସତ କିନ୍ତୁ ବିବାହ ପରେ ସୁର୍ବଚଳା ବୈବାହିକ ଜୀବନ ପରିତ୍ୟାଗ କରି ତପସ୍ୟା କରିବା ପାଇଁ ବାହାରି ଯାଇଥିଲେ ଏବଂ ଭଗବାନ ହନୁମାନ ନିଜ ଶିକ୍ଷା ପୁରା କରିବା ସହ ନିଜ ବ୍ରହ୍ମଚାରୀ ବ୍ରତ ଜାରି ରଖିଥିଲେ ।

ହନୁମାନଙ୍କ  ପୁତ୍ରର ରହସ୍ୟ କାହାଣୀ

ଉପରୋକ୍ତ କାହାଣୀରୁ ଯଦି ଆପଣ ଭାବୁଥିବେ ସୁବର୍ଚଲାଙ୍କ ଠାରୁ ହନୁମାନଙ୍କ ପୁତ୍ର ମକରଧ୍ୱଜ ଜନ୍ମ ହୋଇଛି ତେବେ ଆପଣ ଭୁଲ୍‍ ଭାବୁଛନ୍ତି । ରାମାୟଣ ଅନୁସାରେ ଲଙ୍କା ଦହନ ବେଳେ ଅଗ୍ନିର ପ୍ରଚଣ୍ଡ ପ୍ରଭାବରୁ ହନୁମାନଙ୍କ ଦେହରୁ ପ୍ରବଳ ମାତ୍ରରେ ଝାଳ ବାହାରି ଥିଲା ଏହି ଝାଳର ଏକ ବୁନ୍ଦ ସମୁଦ୍ରରେ ପଡିଥିଲା । ଏହି ବୁନ୍ଦାଏ ଝାଳକୁ ପିଇ ଏକ ମାଛ ଗର୍ଭବତୀ ହୋଇଥିଲା । ସେହି ମାଛ ପେଟରୁ ବାନର ରୂପି ମାନବ ଉଦ୍ଧାର ହୋଇଥିଲେ । ଏହି ବାନର ରୂପି ମାନବ ହେଉଛନ୍ତି ମକରଧ୍ୱଜ । ପରେ ହନୁମାନଙ୍କ ସହ ମକରଧ୍ୱଜଙ୍କ ସାକ୍ଷାତ୍ ହୋଇଥିଲା । ମକରଧ୍ୱଜ ତାଙ୍କ ପୁଅ ବୋଲି ହନୁମାନ ସ୍ବୀକାର କରିଥିଲେ । ଭଗବାନ ଶ୍ରୀରାମ ମକରଧ୍ୱଜଙ୍କୁ ପାତାଳପୁରର ରାଜା କରାଇଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories