www.samajalive.in
Monday, December 8, 2025
14.1 C
Bhubaneswar

ଆନ୍ଧ୍ର ପାଇଁ ଆଉ ଖେଳିବି ନାହିଁ : ହନୁମା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ କ୍ରିକେଟ ଦଳ ତରଫରୁ ଭବିଷ୍ୟତରେ କୌଣସି ମ୍ୟାଚ୍‌ ଖେଳିବେ ନାହିଁ ବୋଲି କହିଛନ୍ତି ବ୍ୟାଟସମ୍ୟାନ ହନୁମା ବିହାରୀ। ଚଳିତ ରଣଜୀ ସିଜିନରେ ଆନ୍ଧ୍ରପ୍ରଦେଶ ଦଳ କ୍ବାର୍ଟର ଫାଇନାଲରେ ମଧ୍ୟପ୍ରଦେଶଠାରୁ ୪ ରନ୍‌ରେ ପରାସ୍ତ ହୋଇଛି। ସୋମବାର ଏହି ମ୍ୟାଚ ଶେଷ ହେବା ପରେ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ହନୁମା ଆଗାମୀ ଦିନରେ ଆନ୍ଧ୍ର ତରଫରୁ ଖେଳିବେ ନାହିଁ ବୋଲି ଦର୍ଶାଇଛନ୍ତି।

ହନୁମା ଚଳିତ ରଣଜୀ ସିଜିନ୍‌ର ପ୍ରଥମ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ଦଳର ନେତୃତ୍ବ ନେଇଥିଲେ। ତେବେ ଏହାପରେ ସେ ଅଧିନାୟକ ପଦ ଛାଡ଼ି ଦେଇଥିଲେ। ବ୍ୟକ୍ତିଗତ କାରଣରୁ ଅଧିନାୟକ ପଦ ଛାଡ଼ିଥିବା ସେତେବେଳେ ହନୁମା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ତାଙ୍କୁ ଅଧିନାୟକ ପଦ ଛାଡ଼ିବାକୁ ଆନ୍ଧ୍ରପ୍ରଦେଶ କ୍ରିକେଟ ଆସୋସିଏସନ ତରଫରୁ ବାଧ୍ୟ କରାଯାଇଥିଲା ବୋଲି ହନୁମା ଦର୍ଶାଇଛନ୍ତି। ଦଳର ଜଣେ ଖେଳାଳିଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ। ସେହି ଖେଳାଳିଜଣଙ୍କ ବାପା ଜଣେ ରାଜନେତା ହୋଇଥିବାରୁ ତାଙ୍କ ଚାପରେ ଆନ୍ଧ୍ରପ୍ରଦେଶ କ୍ରିକେଟ୍‌ ଆସୋସିଏସନ ତରଫରୁ ଅଧିନାୟକ ପଦ ଛାଡ଼ିବାକୁ କୁହାଯାଇଥିଲା ବୋଲି ହନୁମା ସ୍ପଷ୍ଟ କରି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ କ୍ରିକେଟ୍‌ ଆସୋସିଏସନର ପଦାଧିକାରୀ ମନମୁଖୀ କାରବାର ଚଳାଇଛନ୍ତି ଏବଂ ବହୁ ପ୍ରସଙ୍ଗରେ ସେମାନଙ୍କ କଥା ମାନିବାକୁ କ୍ରିକେଟରଙ୍କ ଉପରେ ଚାପ ପକାଉଥିବା ହନୁମା ଅଭିଯୋଗ କରିଛନ୍ତି। ଆନ୍ଧ୍ରପ୍ରଦେଶ କ୍ରିକେଟ ଦଳକୁ ସେ ବହୁତ ଭଲ ପାଆନ୍ତି ତେବେ କ୍ରିକେଟ୍‌ ଆସୋସିଏସନ ପଦାଧିକାରୀଙ୍କ କାର୍ଯ୍ୟକଳାପ ଯୋଗୁଁ ତାଙ୍କର ଆତ୍ମସମ୍ମାନ କ୍ଷୁଣ୍ଣ ହୋଇଥିବାରୁ ଏହି ଦଳ ତରଫରୁ ପୁନର୍ବାର ଖେଳିବେ ନାହିଁ ବୋଲି ହନୁମା ଘୋଷଣା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories