www.samajalive.in
Sunday, December 7, 2025
13.1 C
Bhubaneswar

ଭୁଲ୍‌‌ ରଙ୍ଗର ରୁମାଲ ଚାକିରିରେ ଆଣେ ଅସଫଳତା ; ରାଶି ଅନୁଯାୟୀ ଚୟନ କରନ୍ତୁ ସଠିକ୍‌‌ ରଙ୍ଗ

ରୁମାଲ ଯେକୌଣସି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତି ବିଶେଷ ନିଜ ରାଶି ଅନୁଯାୟୀ, ରୁମାଲ ରଖିଲେ ସଫଳତା ମିଳିବା ସହ ଆର୍ଥିକ ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି। ସଠିକ୍‌‌ ରଙ୍ଗର ରୁମାଲ୍‌‌ ବ୍ୟବହାର ନକରିବା ଦ୍ୱାରା ଚାକିରିରେ ବିଳମ୍ବ,ଅସଫଳତା ସହ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ। ଜାଣନ୍ତୁ ରାଶି ଅନୁଯାୟୀ ରଖିବେ କେଉଁ ରଙ୍ଗର ରୁମାଲ..
ମେଷ – ଏହି ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ବ୍ୟକ୍ତି ବିଶେଷ ଲାଲ, ହଳଦିଆ, ଗୋଲାପି, ଓ କମଳା ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
ବୃଷ- ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ସବୁଜ, ସିଲଭର୍‌‌ ରଙ୍ଗର ରୁମାଲ ରଖି ପାରିବେ। ଏହାଦ୍ୱାରା ଶୁଭଫଳ ମିଳିବ।
ମିଥୁନ – ଏହି ରାଶିର ସ୍ୱାମୀ ବୁଧ। ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ, ବାଇଗଣୀ କିମ୍ବା ସମୁଦ୍ର ରଙ୍ଗର ରୁମାଲ ରଖିପାରିବେ। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।
କର୍କଟ – ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ଗୋଲାପି, କ୍ରିମ୍‌‌, ଗେରୁଆ ରଙ୍ଗର ରୁମାଲ ରଖିବା ଶୁଭ। ଏହାଦ୍ୱାରା ମାନସମ୍ମାନ ବୃଦ୍ଧି ହେବ।
ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ। ଏହି ରାଶିର ବ୍ୟକ୍ତି ବିଶେଷ ଲାଲ, ଗେରୁଆ, ଗୋଲାପି, ହଳଦିଆ ଓ ଧଳା ରଙ୍ଗର ରୁମାଲ ରଖିପାରିବେ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ମନରେ ସକରାତ୍ମକ ଭାବନା ରହିଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ, ବାଇଗଣି ଓ ହଳଦିଆ ରୁମାଲ ରଖି ପାରିବେ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ଗୋଲାପି, ହାଲକା କମଳା ରଙ୍ଗର ରୁମାଲ ରଖିପାରିବେ। ଏହାଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ସହ ଧନଲାଭ ହୋଇଥାଏ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଗୋଲାପି, ଧଳା ଓ ଗେରୁଆ ରଙ୍ଗର ରୁମାଲ ରଖିବା ଶୁଭଙ୍କର।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ, ଲାଲ, ଗୋଲାପି ଓ ଗେରୁଆ ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ନୀଳ, କଳା ଓ ବାଇଗଣି ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ସହ ଶୁଭଫଳ ମିଳିଥାଏ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ ଓ କଳା ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା ଜୀବନରେ ଆଗକୁ ବଢିବା ପାଇଁ ସକରାତ୍ମକ ଭାବନା ଆସିଥାଏ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ, ଗେରୁଆ, ଲାଲ ଓ ଧଳା ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା ଆତ୍ମବିଶ୍ୱାସ ଓ ସକରାତ୍ମକ ଭାବନା ବୃଦ୍ଧି ହୋଇଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories