www.samajalive.in
Tuesday, December 9, 2025
16.1 C
Bhubaneswar

ଭୁଲ୍‌‌ ରଙ୍ଗର ରୁମାଲ ଚାକିରିରେ ଆଣେ ଅସଫଳତା ; ରାଶି ଅନୁଯାୟୀ ଚୟନ କରନ୍ତୁ ସଠିକ୍‌‌ ରଙ୍ଗ

ରୁମାଲ ଯେକୌଣସି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତି ବିଶେଷ ନିଜ ରାଶି ଅନୁଯାୟୀ, ରୁମାଲ ରଖିଲେ ସଫଳତା ମିଳିବା ସହ ଆର୍ଥିକ ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି। ସଠିକ୍‌‌ ରଙ୍ଗର ରୁମାଲ୍‌‌ ବ୍ୟବହାର ନକରିବା ଦ୍ୱାରା ଚାକିରିରେ ବିଳମ୍ବ,ଅସଫଳତା ସହ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ। ଜାଣନ୍ତୁ ରାଶି ଅନୁଯାୟୀ ରଖିବେ କେଉଁ ରଙ୍ଗର ରୁମାଲ..
ମେଷ – ଏହି ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ବ୍ୟକ୍ତି ବିଶେଷ ଲାଲ, ହଳଦିଆ, ଗୋଲାପି, ଓ କମଳା ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
ବୃଷ- ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ସବୁଜ, ସିଲଭର୍‌‌ ରଙ୍ଗର ରୁମାଲ ରଖି ପାରିବେ। ଏହାଦ୍ୱାରା ଶୁଭଫଳ ମିଳିବ।
ମିଥୁନ – ଏହି ରାଶିର ସ୍ୱାମୀ ବୁଧ। ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ, ବାଇଗଣୀ କିମ୍ବା ସମୁଦ୍ର ରଙ୍ଗର ରୁମାଲ ରଖିପାରିବେ। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।
କର୍କଟ – ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ଗୋଲାପି, କ୍ରିମ୍‌‌, ଗେରୁଆ ରଙ୍ଗର ରୁମାଲ ରଖିବା ଶୁଭ। ଏହାଦ୍ୱାରା ମାନସମ୍ମାନ ବୃଦ୍ଧି ହେବ।
ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ। ଏହି ରାଶିର ବ୍ୟକ୍ତି ବିଶେଷ ଲାଲ, ଗେରୁଆ, ଗୋଲାପି, ହଳଦିଆ ଓ ଧଳା ରଙ୍ଗର ରୁମାଲ ରଖିପାରିବେ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ମନରେ ସକରାତ୍ମକ ଭାବନା ରହିଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ, ବାଇଗଣି ଓ ହଳଦିଆ ରୁମାଲ ରଖି ପାରିବେ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ଗୋଲାପି, ହାଲକା କମଳା ରଙ୍ଗର ରୁମାଲ ରଖିପାରିବେ। ଏହାଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ସହ ଧନଲାଭ ହୋଇଥାଏ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଗୋଲାପି, ଧଳା ଓ ଗେରୁଆ ରଙ୍ଗର ରୁମାଲ ରଖିବା ଶୁଭଙ୍କର।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ, ଲାଲ, ଗୋଲାପି ଓ ଗେରୁଆ ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ନୀଳ, କଳା ଓ ବାଇଗଣି ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ସହ ଶୁଭଫଳ ମିଳିଥାଏ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ ଓ କଳା ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା ଜୀବନରେ ଆଗକୁ ବଢିବା ପାଇଁ ସକରାତ୍ମକ ଭାବନା ଆସିଥାଏ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ, ଗେରୁଆ, ଲାଲ ଓ ଧଳା ରଙ୍ଗର ରୁମାଲ ରଖିବା ଶୁଭଙ୍କର। ଏହାଦ୍ୱାରା ଆତ୍ମବିଶ୍ୱାସ ଓ ସକରାତ୍ମକ ଭାବନା ବୃଦ୍ଧି ହୋଇଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories