ବ୍ରିଟେନ : ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଲକଡ଼ାଉନ ନିୟମ ପାଳନ କରାଯାଉଛି। ଅତି ଆବଶ୍ୟକ ନହେଲେ ଲୋକଙ୍କୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଉଛି। ଏଭଳି କ୍ଷେତ୍ରରେ ଭିନ୍ନ ଏକ ଘଟଣା ବ୍ରିଟେନରେ ଘଟିଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ସର୍ତେ ବାହାରକୁ ଯାଇ ଚୁଟି କାଟି ୭,୬୦୦ ଡ଼ଲାରର ଫାଇନ ଦେଇଛନ୍ତି।ଯାହା ଭାରତୀୟ ମୁଦ୍ରା ଅନୁଯାୟୀ, ୫ଲକ୍ଷ ୬୭ ହଜାର ୫ଶହ ଟଙ୍କା ବୋଲି ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ୨ସପ୍ତାହ ଯାଏଁ ରହିବାକୁ ଥିଲା। ସେହି ସମୟରେ ସେ ବାହାରକୁ ଯିବା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ମିଳାମିଶା କରିବାକୁ ମଧ୍ୟ ବାରଣ କରାଯାଇଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ କିଛି ଦିନ ପୂର୍ବରୁ ନିଜ ପତ୍ନୀଙ୍କୁ ଭେଟିବା ପାଇଁ ଜର୍ସୀ ଯାଇଥିଲେ। ଏହାପରେ ତାଙ୍କୁ ହୋମ ଆଇସୋଲେସରେ ୨ ସପ୍ତାହ ଯାଏଁ ରହିବାକୁ ଥିଲା। ମାତ୍ର ସେ ନିୟମ ଉଲ୍ଲଂଙ୍ଘନ କରି ଏଭଳି ଫାଇନ ଦେଇଛନ୍ତି। ଚୁଟି କାଟିବା ସହ ସେ ଅନ୍ୟ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି। ମିିଳିଥିବା ସୂଚନା ଅନୁଯାୟୀ, ସେ ସେଲୁନ ଯାଇଥିବା ସୟୟରେ ବର୍ଡ଼ର ଏଜେନ୍ସି ତାଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କର ପତା ନଥିଲା। ପରେ ଜଣାପଡ଼ିଥିଲା ସେ ନିୟମ ଭାଙ୍ଗି ସେଲୁନ ଯାଇଛନ୍ତି। ଏହାପରେ ତାଙ୍କ ନାଁରେ କୋର୍ଟକୁ ଏହି ମାମଲା ଯିବା ସହ କୋର୍ଟ ତାଙ୍କୁ ଜୋରିମାନା କରିଛି।
ଭାଙ୍ଗିଲେ ହୋମ ଆଇସୋଲେସନ ନିୟମ ; ସେଲୁନରେ ଚୁଟି କାଟି ଯୁବକ ଗଣିଲେ ୫ଲକ୍ଷ ୬୭ ହଜାର ୫ଶହ ଟଙ୍କା
Popular Categories



