www.samajalive.in
Sunday, December 7, 2025
23.1 C
Bhubaneswar

କେଶ ଜନିତ ଅନେକ ସମସ୍ୟାର କିଛି ସରଳ ସମାଧାନ

କୌଣସି ବୟସରେ କେଶ ଝଡିବା ଏକ ସାଧାରଣ କଥା। ଏଥିପାଇଁ କେଶର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ସଠିକ୍‍ ସମୟରେ ସଫା କରିବା ଏବଂ ତେଲ ମାଲିସ୍‍ କରିବା କେଶର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ତେବେ ଏହା ସହିତ କଣ୍ଡିସନିଂ କରିବା କେଶକୁ ମଜବୁତ କରିଥାଏ।
ପ୍ରାୟତଃ କେଶ ସଫା ବା ଶାମ୍ପୋ କରିବା ପରେ ଅନେକ ୨-୩ମିନିଟ ଯାଏ କଣ୍ଡିସନର ଲଗାଇ ରଖିଦିଅନ୍ତି ଏବଂ ପରେ ପୁଣି ଧୋଇ ଦେଇଥାନ୍ତି। କେଶ ପାଇଁ ଯେକୌଣସି କଣ୍ଡିସନର ଉପକାରୀ ହୋଇପାରେ ନାହିଁ। ତେଲିଆ, ରୁକ୍ଷ, ରେଶମୀ ଆଦି ପ୍ରକାର କେଶ ପାଇଁ ଭିନ୍ନ ଭିନ୍ନ କଣ୍ଡିସନର ବଜାରରେ ଉପଲବ୍ଧ।

କେଶର କଳାପଣ ଏବଂ ଚମକ ବଢାଇବା ଲାଗି କେବଳ ଶାମ୍ପୋ ବା କଣ୍ଡିସନିଂ ଆବଶ୍ୟକ ହୋଇନଥାଏ। ଏଥିପାଇଁ ନିୟମିତ ତେଲ ମାଲିସ୍‍ କରିବା ଜରୁରୀ। ଏହାଦ୍ୱାରା କେଶମୂଳକୁ ପୋଷକ ତତ୍ତ୍ୱ ମିଳେ। ଫଳରେ କେଶର ଘନତ୍ୱ ବଢେ। ତେଣୁ କେଶ ଧୋଇବାର ୧-୨ଘଣ୍ଟା ପୂର୍ବରୁ ଏହାର ମୂଳରେ ସୋରିଷ କିମ୍ବା ନଡିଆ ତେଲ ମାଲିସ କରିବାକୁ ଚେଷ୍ଟା କରନ୍ତୁ। ଏହାପରେ ଶାମ୍ପୋ କରି କଣ୍ଡିସନର ଲଗାନ୍ତୁ। ମାସକୁ ୨ଥର କଣ୍ଡିସନର ବ୍ୟବହାର କରିବା କେଶ ପାଇଁ ଯଥେଷ୍ଟ।

- Advertisement -

ଶୁଦ୍ଧ ନଡ଼ିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ନିମନ୍ତେ ଖୁବ୍ ଉତ୍ତମ। ସପ୍ତାହରେ ୨ ରୁ ୩ଥର ଏହି ତେଲର ମିଶ୍ରଣକୁ କେଶମୂଳରେ ଲଗାଇଲେ କେଶ ଝଡ଼ା ବନ୍ଦ ହୋଇଥାଏ।
ଓଦା କେଶ ନ ଶୁଖିବା ପର୍ୟ୍ୟନ୍ତ କେଶରେ ତଉଲିଆ ଘୋଡ଼ାଇ ରଖନ୍ତୁ। ଏହା ମଧ୍ୟ କେଶ ଝଡ଼ାରୁ ରକ୍ଷା କରେ।

କେଶର ଘନତ୍ବ ବଢ଼ାଇବା ପାଇଁ ଅଣ୍ଡା ସପ୍ତାହକୁ ୨ ଥର ଲଗାଇବା ଉପକାରୀ।

ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ।
ଆଣ୍ଟି-ଅକ୍ସିଡାଣ୍ଟ ଓ ସଲଫର୍‌ ଭରପୂର ପିଆଜ ରସ ମଧ୍ୟ କେଶକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ଯୋଗାଇଥାଏ। ପିଆଜ ରସରେ ନଡ଼ିଆ ତେଲ ମିଶାଇ କେଶରେ ଲଗାଇ ୨୦ ମିନିଟ୍ ପରେ ଧୋଇନେବେ। କେଶ ଅଧିକ ଝଡ଼ୁଥିଲେ ପିଆଜ ରସ ୧ ସପ୍ତାହ ଲଗାଇଲେ ଫରକ୍ ଜାଣିପାରିବେ।
କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇଁ ଡାଲଚିନି, ତରଭୁଜ, ଅଙ୍ଗୁର ଆଦି ସେବନ କରିବା ଉଚିତ୍ । ଏହା ଦ୍ବାରା ଶରୀରକୁ ଅତ୍ୟାବଶ୍ୟକ ପୌଷ୍ଟିକ ତତ୍ତ୍ବ ମିଳିଥାଏ । ଯାହା କେଶକୁ ସୁସ୍ଥ ରଖିଥାଏ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories