www.samajalive.in
Saturday, December 6, 2025
26.1 C
Bhubaneswar

କେଶ ପାଇଁ ଜରୁରୀ କଣ୍ଡିସନିଂ

କୌଣସି ବୟସରେ କେଶ ଝଡିବା ଏକ ସାଧାରଣ କଥା। ଏଥିପାଇଁ କେଶର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ସଠିକ୍‍ ସମୟରେ ସଫା କରିବା ଏବଂ ତେଲ ମାଲିସ୍‍ କରିବା କେଶର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ତେବେ ଏହା ସହିତ କଣ୍ଡିସନିଂ କରିବା କେଶକୁ ମଜବୁତ କରିଥାଏ।

ପ୍ରାୟତଃ କେଶ ସଫା ବା ଶାମ୍ପୋ କରିବା ପରେ ଅନେକ ୨-୩ମିନିଟ ଯାଏ କଣ୍ଡିସନର ଲଗାଇ ରଖିଦିଅନ୍ତି ଏବଂ ପରେ ପୁଣି ଧୋଇ ଦେଇଥାନ୍ତି। କେଶ ପାଇଁ ଯେକୌଣସି କଣ୍ଡିସନର ଉପକାରୀ ହୋଇପାରେ ନାହିଁ। ତେଲିଆ, ରୁକ୍ଷ, ରେଶମୀ ଆଦି ପ୍ରକାର କେଶ ପାଇଁ ଭିନ୍ନ ଭିନ୍ନ କଣ୍ଡିସନର ବଜାରରେ ଉପଲବ୍ଧ।

- Advertisement -

କେଶର କଳାପଣ ଏବଂ ଚମକ ବଢାଇବା ଲାଗି କେବଳ ଶାମ୍ପୋ ବା କଣ୍ଡିସନିଂ ଆବଶ୍ୟକ ହୋଇନଥାଏ। ଏଥିପାଇଁ ନିୟମିତ ତେଲ ମାଲିସ୍‍ କରିବା ଜରୁରୀ। ଏହାଦ୍ୱାରା କେଶମୂଳକୁ ପୋଷକ ତତ୍ତ୍ୱ ମିଳେ। ଫଳରେ କେଶର ଆୟୁଷ ଏବଂ ଘନତ୍ୱ ବଢେ। ତେଣୁ କେଶ ଧୋଇବାର ୧-୨ଘଣ୍ଟା ପୂର୍ବରୁ ଏହାର ମୂଳରେ ସୋରିଷ କିମ୍ବା ନଡିଆ ତେଲ ମାଲିସ କରିବାକୁ ଚେଷ୍ଟା କରନ୍ତୁ। ଏହାପରେ ଶାମ୍ପୋ କରି କଣ୍ଡିସନର ଲଗାନ୍ତୁ। ମାସକୁ ୨ଥର କଣ୍ଡିସନର ବ୍ୟବହାର କରିବା କେଶ ପାଇଁ ଯଥେଷ୍ଟ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories