ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପୁଣିଥରେ ଗିରଫ ହୋଇଥିବା ସୂଚନା ମିଳିଛି। ଏକ ପୁରୁଣା ୱାରେଣ୍ଟ ବଳରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କଟକର ମାଲଗୋଦାମ ଥାନା ପୁଲିସ। କୋର୍ଟଙ୍କ ସର୍ତ୍ତ ଖିଲାପ ପରେ ଗ୍ୟାଙ୍ଗଷ୍ଟର ରାଜାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ବୁଧବାର ମାଲଗୋଦାମ ଥାନା ପୁଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।
Popular Categories



