www.samajalive.in
Monday, December 8, 2025
13.1 C
Bhubaneswar

ଝିଅ ଜନ୍ମରେ ଖୁସି: ଦିନଟିଏ ସବୁ ଗ୍ରାହକଙ୍କ ବାଳ ମାଗଣାରେ କାଟିଲେ ସେଲୁନ ମାଲିକ

ଗ୍ବାଲିୟର: ପୁଅ ଜନ୍ମ ହେଲେ ଅନେକ ଖୁସି ହୁଅନ୍ତି । ଝିଅ ଜନ୍ମ ହେଲେ କିଛି ଲୋକ ଖୁସି ହୁଅନ୍ତି, କିଛି ଦୁଃଖୀ ହୁଅନ୍ତି । ହେଲେ ମଧ୍ୟପ୍ରଦେଶର ଗ୍ବାଲିୟରର ଜଣେ ସେଲୁନ ମାଲିକଙ୍କ ପତ୍ନୀ ଏକ ଝିଅକୁ ଜନ୍ମ ଦେବା ପରେ ଖୁସିରେ ବାପା ଗୋଟିଏ ଦିନ ସବୁ ଗ୍ରାହକଙ୍କ ବାଳ ମାଗଣାରେ କାଟିଛନ୍ତି।

ସେଲୁନ ମାଲିକଙ୍କ ନାଁ ସଲମନ । ତାଙ୍କର ସହରରେ ୩ଟି ସେଲୁନ ଅଛି ଓ ଏହି  ସେଲୁନ ଲୋକଙ୍କ ପାଖରେ ବେଶ୍ ପ୍ରିୟ । ଅନେକ ଲୋକ ପ୍ରତିଦିନ ତାଙ୍କ ନିକଟରେ ବାଳ କାଟିବାକୁ ଆସିଥାଆନ୍ତି । ସୋମବାର ବି ସଲମାନଙ୍କ ସେଲୁନ ଖୋଲିଥିଲା । ଅନେକ ଲୋକ ଚୁଟି କାଟିବାକୁ ଆସିଥିଲେ । ଏହି ସମୟରେ ସଲମାନ ଦିନଟି ପାଇଁ ମାଗଣା ଚୁଟି କାଟିବେ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ଏହି ପଦକ୍ଷେପ ଜରିଆରେ ଝିଅ ଜନ୍ମ ଅପାର ଖୁସି ଦେଇଥାଏ । ଝିଅ ଜନ୍ମକୁ ନେଇ କେହି ଦୁଃଖିତ ହେବା ଉଚିତ ନୁହେଁ ।

- Advertisement -

ଏଥିପାଇଁ ସେ ଦୋକାନ ବାହାରେ ଏକ ପୋଷ୍ଟର ଲଗାଇଥିଲେ । ଏଥିରେ ଲେଖିଥିଲେ ‘‘ଆମ ଘରେ ଝିଅ ଜନ୍ମ ହୋଇଥିବାରୁ ତାହାକୁ ସ୍ବାଗତ କରିବା ପାଇଁ ଜାନୁଆରୀ ୪ ତାରିଖରେ ଗ୍ରାହକଙ୍କ ପାଇଁ ମାଗଣା ସେବା ଉପଲବ୍ଧ ହେବ ’’ ।

୪ ତାରିଖରେ ସେ ୭୦ରୁ ୮୦ ଜଣ ଲୋକଙ୍କ ଚୁଟି ମାଗଣାରେ କାଟିଥିଲେ । ସାଧାରଣ ଭାବରେ ଏଥିପାଇଁ ସେ ପ୍ରାୟ ୪୦୦୦ ଟଙ୍କା ହରାଇଥିଲେ। ମାତ୍ର ତାଙ୍କର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଭୁରିଭୁରି ପ୍ରଶଂସା କରିଛନ୍ତି । ସଲମନ ସମାଜକୁ ଏକ ସକାରାତ୍ମକ ବାର୍ତା ଦେଇଛନ୍ତି ବୋଲି ତାଙ୍କର ଗ୍ରାହକମାନେ କହିଛନ୍ତି । ଏହା ସହ ଝିଅ ଜନ୍ମଦିନକୁ ଉତ୍ସବ ପରି ପାଳିବାକୁ ଅନେକ କହିଛନ୍ତି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories