ଗୁରୁଡିଝାଟିଆ: ବାଳି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ବାଳି ନ୍ୟୁଟ୍ରେସନ ଏମ୍ପୋରିୟମ କଟକ ପକ୍ଷରୁ ଓରନ୍ଦା ପଞ୍ଚାୟତର ସହଯୋଗରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟସେବା ଶିବିରରେ ଶତାଧିକ ଜନସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଔଷଧ ନେଇଥିଲେ। ସରପଞ୍ଚ ବିନ୍ଦୁ ବାସୀନି ଦାସ ସ୍ୱାସ୍ଥ୍ୟସେବା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ପଞ୍ଚାୟତର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସେମାନଙ୍କୁ ସୁଖଦୁଃଖରେ ସାମିଲ ହେବା ଆମର ମୌଳିକ କର୍ତ୍ତବ୍ୟ ବୋଲି କହିବା ସହ ଅନୁଷ୍ଠାନର ଚିକିତ୍ସକମାନେ ସ୍ୱେଚ୍ଛାକୃତ ଭାବରେ ସ୍ୱାସ୍ଥ୍ୟସେବା ଯୋଗାଇଦେଇଥିବାରୁ ସରପଞ୍ଚ ଶ୍ରୀମତୀ ଦାସ ଧନ୍ୟବାଦ ଅଅର୍ପଣ କରିଥିଲେ। ଡାକ୍ତର ଅରୁଣ କୁମାର ପାତ୍ର, ଡାକ୍ତର ଦିବ୍ୟରଞ୍ଜନ ସ୍ୱାଇଁ, ଡାକ୍ତର ବିନୟ କୁମାର ମହାନ୍ତି, ସ୍ୱାଧୀନ ପାତ୍ର, ବାଣିଶ୍ରୀ ପାତ୍ର, ଯୁବନେତା ରାଜୀବ ଲୋଚନ ଦାସ, ଅଶ୍ୱିନୀ କୁମାର ମିଶ୍ର, ସଞ୍ଜୟ କୁମାର ବିଶ୍ୱାଳ, ରଞ୍ଜନ କୁମାର ଦଳାଇ ପ୍ରମୁଖ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



