ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି ଭୁବନେଶ୍ୱରର ୨୦୨୦-୨୧ ବ୍ୟାଚ୍ର ନୂତନ ଛାତ୍ରଛାତ୍ରୀଙ୍କ ପରିଚୟ କାର୍ଯ୍ୟକ୍ରମ ଜୁଲାଇ ୨୯ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ମହାମାରୀ ସ୍ଥିତି ପାଇଁ ଏବଂ ସାରା ଦେଶରେ କଲେଜଗୁଡିକ ଖୋଲା ନଥିବା ଓ ଏବେ ଅନ୍ଲାଇନ୍ କ୍ଲାସେସ୍ ଜରିଆରେ ପାଠପଢ଼ା ଜାରି ରହିଥିବା ଆଦିକୁ ବିଚାରକୁ ନେଇ ଏହି ନୂତନ ଛାତ୍ରଛାତ୍ରୀ ପରିଚୟ କାର୍ଯ୍ୟକ୍ରମକୁ ମଧ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଆୟୋଜନ କରାଯାଇଛି।
ଏହି ଅଧିବେଶନରେ ଭାରତୀୟ ଜାତୀୟ ଫୁଟବଲ ଦଳର ଗୋଲକିପର ଓ ରେଡ୍ ବୁଲ୍ କ୍ରୀଡ଼ାବିତ୍ ଗୁରପ୍ରୀତ ସିଂହ ସାନ୍ଧୁ ଅନ୍ଲାଇନ୍ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସହିତ ପରାମର୍ଶ କରି ଯୁବ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କଠିନ ସମୟରେ ଦୃଢ଼ ଓ ସକାରାତ୍ମକ ମନୋଭାବ ରଖିବା ଏବଂ ଆବେଗିକ ଓ ମାନସିକ ଦୃଢ଼ତାର ଗୁରୁତ୍ୱ ବିଷୟରେ ପ୍ରମୁଖ ବାର୍ତ୍ତା ନେଇ ସେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ନିଜର ଖେଳ, ଦୈନନ୍ଦୀନ ଜୀବନଶୈଳୀ ଓ ୟୁରୋପା କପ୍ର ଅନୁଭୂତିକୁ ନେଇ ବିଭିନ୍ନ ପ୍ରଶ୍ନର ସେ ଉତ୍ତର ମଧ୍ୟ ସାନ୍ଧୁ ଦେଇଥିଲେ। ରେଡ୍ ବୁଲ୍ ସହଯୋଗରେ ଏଣ୍ଟରପ୍ରେନ୍ୟୁଅରସିପ୍ ସେଲ୍ଫ ତରଫରୁ ଏହି ଅଧିବେଶନ ଆୟୋଜନ କରାଯାଇଥିଲା ଯାହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଯାତ୍ରା ଆଗକୁ ବଢ଼ାଇବା ଲାଗି ଉତ୍ସାହିତ କରିଥିଲା।



