ଗୁଣପୁର: ସ୍ଥାନୀୟ ରାଜସ୍ୱବିଭାଗ ପକ୍ଷରୁ ବେଆଇନ ବାଲିଖନନ ହେଉଥିବାବେଳେ ୨ଟି ଟ୍ରାକ୍ଟର ଧରାପଡିଛି। ସେମାନଙ୍କ ଠାରୁ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଜି ସ୍ଥାନୀୟ ଶିରୋଝଲି ରାଜସ୍ୱ ସର୍କଲ ଅନ୍ତର୍ଗତ ଦଣ୍ଡୁଗୁଡା ଗ୍ରାମନିକଟସ୍ଥ ନାଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିଲେ। ଖବର ପାଇ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୋର ସକାଳେ ଶିରୋଝଲି ଭାରପ୍ରାପ୍ତ ଆରଆଇ ବଳରାମ ମିନିଆକା, ଗୁଣପୁର ସଦର ଆରଆଇ ପି.ମାଣିକାଣ୍ଠା ଅଚାନକ ଚଢଉ କରି ଦୁଇଟି ବାଲି ବୋଝଇ ଟ୍ରାକ୍ଟର ଜବତ କରିଛନ୍ତି। ସେମାନଙ୍କ ଠାରୁ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।
Popular Categories



