www.samajalive.in
Saturday, December 6, 2025
26.1 C
Bhubaneswar

ଡିଆରଏମଙ୍କୁ ସାକ୍ଷାତ; ଗୁଣପୁର – ନୌପଡା ରେଳପଥ ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଗୁଣପୁର : ବିଶାଖାପାଟଣା ଡିଆରଏମ ସୌରଭ ପ୍ରସାଦ ଗୁଣପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ନୌପଡା ଠାରୁ ଗୁଣପୁର ମଧ୍ୟରେ ବିଭିନ୍ନ ରେଳପଥର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବା ପରେ ଡିଆରଏମ ପ୍ରସାଦ ଏହାର ଅନୁଧ୍ୟାନ କରିଛନ୍ତି। ଏଥିସହ ଗୁଣପୁର ସମେତ ଅନ୍ୟାନ୍ୟ ଷ୍ଟେସନ ଗୁଡିକରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ। ଏହି ଅବସରରେ ଆନ୍ଧ୍ର ଓଡ଼ିଶା ରେଳ ବ୍ୟବହାରିକ ସଂଘର ସଭାପତି ଡଃ ସତ୍ୟ ପ୍ରକାଶ ପଣ୍ଡା, ଉପସଭାପତି ଗଜେନ୍ଦ୍ର ପଣ୍ଡା, ସମାଜସେବୀ ଅକ୍ଷୟ ଦାସ, ଉମା ଶଙ୍କର ଦାସ ପ୍ରମୁଖ ଡିଆରଏମଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଥିଲା। କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପାଇଥିବା ଗୁଣପୁର ଥେରୁବାଲି ରେଳପଥ ପ୍ରକଳ୍ପର ତ୍ବରାନ୍ବିତ, ବିଶାଖାପାଟଣା ଟ୍ରେନକୁ ଗୁଣ୍ଟୁରୁ ଯାଏଁ ସଂପ୍ରସାରଣ, ଗୁଣପୁରରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ, ଦ୍ବିତୀୟ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ସାରିବା, ପାର୍ସଲ କାଉଣ୍ଟର ଓ ରିଜର୍ଭେସନ୍ କାଉଣ୍ଟର ଖୋଲିବା ସହ ଆରପିଏଫ ନିଯୁକ୍ତି ଇତ୍ୟାଦି ଉଲ୍ଲେଖ ରହିଥିଲା। ତେବେ ଆଲୋଚନା ବେଳେ ଫୁଟ୍ ଓଭର ବ୍ରିଜ୍ ଅତିଶିଘ୍ର ନିର୍ମାଣ ହବ ଓ ବିଶାଖାପାଟଣା ଟ୍ରେନକୁ ଗୁଣ୍ଟୁରୁ ଯାଏଁ ସଂପ୍ରସାରଣ ପାଇଁ ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି ବୋଲି ଡି. ଆର. ଏମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ରେଳପଥ ବିକାଶ ନିମନ୍ତେ ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ ଶ୍ରୀ ପଣ୍ଡା ବିଭିନ୍ନ ସମୟରେ ନିଜର ପ୍ରତିନିଧିମାନଙ୍କୁ ଦିଲ୍ଲୀ ଦରବାରକୁ ପଠାଇ ନିଜର ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି। ଏହାର ମଙ୍ଗୁଆଳ ସାଜିଛନ୍ତି ଅବସରପ୍ରାପ୍ତ ଅଧ୍ୟାପକ ଜିଏନ ପଣ୍ଡା। ତାଙ୍କ ଅବଦାନ ଅତୁଳନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି।

ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories