www.samajalive.in
Sunday, December 7, 2025
14.1 C
Bhubaneswar

କେନ୍ଦୁଟୋକଳି ଅଗ୍ନିବିପନ୍ନ ପରିବାରକୁ ସହାୟତା

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତ ଅଧିନ ଏବଂ କନ୍ଦରପୁର ନିକଟବର୍ତ୍ତୀ କେନ୍ଦୁଟୋକଳି ଶବରସାହିରେ ଅଗ୍ନିବିପନ୍ନ ପରିବାରକୁ ଓଡ଼ିଶା ଅନୁସୂଚିତ ଜାତି ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ପରିଷଦର କାର୍ଯ୍ୟକାରୀ ସଭାପତି ଟିକନ ବେହେରା, ସଂଗଠନ ସମ୍ପାଦକ ଅଭୟ କୁମାର ସେଠୀ ଓ ସୁକାନ୍ତ ନାୟକ ପ୍ରମୁଖ ଉକ୍ତ ଅଗ୍ନିବିପନ୍ନ ପରିବାରକୁ ଭେଟି ଖାଦ୍ୟ, ବସ୍ତ୍ର, ବାସନ ଓ ଅନ୍ୟ କିଛି ଜରୁରୀ ସାମଗ୍ରୀ ପ୍ରଦାନ କରିଥିଲେ। ଆଠଗଡ଼ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ସମେତ ଗ୍ରାମର ସନ୍ତୋଷ ନାଏକ, ଶଶଧର ନାଏକ ଓ ଅରୁଣ ବେହେରା ପ୍ରମୁଖ ସହଯୋଗ କରିବା ସହ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବା ଦ୍ବାରା ଗୋଟିଏ ପରିବାର ସର୍ବସ୍ବ ହରାଇଥିଲେ। ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡରେ ଗ୍ରାମର ଅମର ବେହେରାଙ୍କର ତିନି ବଖରା ଚାଳଘର ଓ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏଥିରେ ତାଙ୍କର ୫ଟି ଛେଳି ଓ ୫ଟି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତହସିଲ ପ୍ରଶାସନ ପକ୍ଷରୁ କେବଳ ତିନୋଟି ଜରିପାଲ ଓ ତହସିଲଦାର ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହାୟତା କରିଥିଲେ ମଧ୍ୟ ସରକାରୀ ଭାବେ ତାଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ବାବଦରେ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନଥିବାରୁ ସେ ଅତ୍ୟନ୍ତ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି। ଏ ବିଷୟରେ ସୂଚନା ପାଇ ଓଡ଼ିଶା ଅନୁସୂଚିତ ଜାତି ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ପକ୍ଷରୁ ସମ୍ପୃକ୍ତ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories