www.samajalive.in
Tuesday, December 9, 2025
16.1 C
Bhubaneswar

ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍‍ : ମୁଖ୍ୟ ଭୂମିକାରେ ଜାହ୍ନବୀ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଏଲଟ୍‍ ଗୁଞ୍ଜନ ସକ୍ସେନାଙ୍କ ଜୀବନୀକୁ ନେଇ ଖୁବ୍‍ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର। ଏଥିରେ ଜାହ୍ନବୀ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚରିତ୍ରକୁ ଯଥାର୍ଥତା ଦେବା ପାଇଁ ଅଭିନେତ୍ରୀ କଡ଼ା ପରିଶ୍ରମ କରୁଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଜାହ୍ନବୀ ଏହି ଚଳଚ୍ଚିତ୍ର ପାଇଁ ନିଜ ଓଜନ ବଢାଉଛନ୍ତି। ଚଳଚ୍ଚିତ୍ରର ସୁଟିଂ ଚଳିତ ବର୍ଷ ପେବୃଆରୀ କିମ୍ବା ମାର୍ଚ୍ଚ ମାସ ସୁଦ୍ଧା ଆରମ୍ଭ ହେବ। ଗୁଞ୍ଜନ ସକ୍ସେନା ରୂପରେ ଜାହ୍ନବୀଙ୍କର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଛି। ଫଟୋରେ ତାଙ୍କୁ ପାଏଲଟ୍‍ ପୋଷାକରେ ଦେଖିବାକୁ ମିଳିଛି।

ଜାଣନ୍ତୁ କିଏ ଏହି ଗୁଞ୍ଜନ ସକ୍ସେନା :

- Advertisement -

ଗୁଞ୍ଜନ ସକ୍ସେନା ହେଉଛନ୍ତି ପ୍ରଥମ ମହିଳା ଆଇଏଏଫ୍‍ ପାଏଲଟ୍‍। ସେ ୧୯୯୯ ମସିହା କାରଗିଲ୍‍ ଯୁଦ୍ଧରେ ଆହତ ସୈନିକମାନଙ୍କୁ ଯୁଦ୍ଧ କ୍ଷେତ୍ରରୁ ଯାଇ ଉଦ୍ଧାର କରିଥିଲେ। ବିନା ଅସ୍ତ୍ରରେ ସେ ପାକିସ୍ତାନୀ ସେନାର ସାମ୍ନା କରିଥିଲେ। ସେ ନିଜ ସାହସିକତା ପାଇଁ ଖୁବ୍‍ ପରିଚିତ। ଗୁଞ୍ଜନଙ୍କୁ ଯୂର୍ଯ୍ୟ ଚକ୍ର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ଗୁଞ୍ଜନ ହେଉଛନ୍ତି ପ୍ରଥମ ମହିଳା ଯିଏ ଏହି ପୁରସ୍କାର ପାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories