www.samajalive.in
Monday, December 8, 2025
17.1 C
Bhubaneswar

ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ସହଯୋଗ କରିବାକୁ ଦେଶବାସୀଙ୍କୁ ସରକାରଙ୍କ ଅନୁରୋଧ

ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ସହଯୋଗ କରି ଦେଶ ସେବାରେ ସହୀଦ ହୋଇଥିବା ସୈନିକ ଓ ସେମାନଙ୍କ ପରିବାର ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିବାକୁ ସରକାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସଶସ୍ତ୍ର ବାହିନୀ ଫ୍ଲାଗ୍ ଡେ ପାଣ୍ଠିରେ ଯୋଗଦାନ ଆୟକର ଅଧିନିୟମ ୧୯୬୧ର ଧାରା ୮୦ଜି (୫) (ଛ) ଅନୁଯାୟୀ ଆୟକରରୁ ମୁକ୍ତ ଅଟେ।

ପ୍ରତିରକ୍ଷା ମନ୍ତ୍ରଣାଳୟର ପୂର୍ବତନ ସେନା କଲ୍ୟାଣ ବିଭାଗ ସହୀଦ ହୋଇଥିବା ସୈନିକଙ୍କ ପତ୍ନୀ, ପରିବାର ଏବଂ କର୍ମକ୍ଷେତ୍ରରେ ଅକ୍ଷମ ହୋଇଥିବା ସୈନିକଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ଏଥିରେ ସେମାନଙ୍କ ପିଲାମାନଙ୍କ ଶିକ୍ଷା, ଚିକିତ୍ସାଗତ ଆବଶ୍ୟକତା ଓ ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ସଶସ୍ତ୍ର ବାହିନୀ ଫ୍ଲାଗ୍ ଡେ ପାଣ୍ଠିରୁ ପ୍ରଦାନ କରାଯାଇଥାଏ। ସଶସ୍ତ୍ର ବାହିନୀ ପତାକା ଦିବସ ପ୍ରତିବର୍ଷ ଡିସେମ୍ବର ୭ରେ ପାଳନ କରାଯାଏ।

- Advertisement -

ଏହି ପାଣ୍ଠିରେ ସହାୟତା ଦେବା ପାଇଁ ନୂଆଦିଲ୍ଲୀ କେନ୍ଦ୍ରିୟ ସୈନିକ ବୋର୍ଡ ସଚିବାଳୟକୁ ‘ସଶସ୍ତ୍ର ବାହିନୀ ଫ୍ଲାଗ୍ ଡେ ଫଣ୍ଡ ଏ / ସି’ ସପକ୍ଷରେ ଆକାଉଣ୍ଟ ପେୟୀ ଚେକ୍ କିମ୍ବା ଡିଡି ପଠାଯାଇ ପାରିବ। ଅନଲାଇନ ମାଧ୍ୟମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ଆକାଉଣ୍ଟ ନମ୍ବର – ୩୦୮୩୦୦୦୧୦୦୧୭୯୮୭୫, ଆଇଏଫଏସସି କୋଡ଼ – ପିୟୁଏନବି୦୩୦୮୩୦୦)ରେ ମଧ୍ୟ ସହାୟତା ରାଶି ସିଧାସଳଖ ଜମା କରାଯାଇ ପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories