www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ରେଡକ୍ରସରେ ଓଡିଶା ରେଡକ୍ରସର ବିରଳ କୃତିତ୍ୱ

ଭୁବନେଶ୍ୱର: ଭାରତୀୟ ରେଡକ୍ରସ ସୋସାଇଟିର ବାର୍ଷିକ ସାଧାରଣ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶାଖା ତରଫରୁ ଅବୈତନିକ ସଚିବ ସୁଶ୍ରୀ ସିଟିଏମ. ସୁଗୁଣା, କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଯୁବ ରେଡକ୍ରସ ଅଧିକାରୀ ଡ.ଅଜୟ କୁମାର ତ୍ରିପାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ, ସମସ୍ତ ଜିଲାର ଜିଲାପାଳ ବା ସେମାନଙ୍କ ପ୍ରତିନିଧି, ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟମାନେ ଯୋଗ ଦେଇଥିଲେ। ସୁଶ୍ରୀ ସିଟିଏମ. ସୁଗୁଣା ରାଜ୍ୟରେ କ୍ରିୟାଶୀଳ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ଭାରତୀୟ ରେଡକ୍ରସ ସୋସାଇଟିର ସହଯୋଗକୁ ବର୍ଣ୍ଣନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶାଖା ଜାତୀୟ ସ୍ତରରେ ରେକର୍ଡ ସଂଖ୍ୟକ ୭ଗୋଟି ପୁରସ୍କାର ଗ୍ରହଣ କରି ବିରଳ କୃତିତ୍ୱ ହାସଲ କରିଛନ୍ତି। ସର୍ବାଧିକ ରକ୍ତଦାନ କ୍ଷେତ୍ରରେ ୨୦୧୬-୨୦୧୭, ୨୦୧୭-୨୦୧୮ ବର୍ଷ ନିମନ୍ତେ ତଥା ସର୍ବାଧିକ ଅନୁଦାନ ସଂଗ୍ରହ କ୍ଷେତ୍ରରେ ୨୦୧୬-୨୦୧୭, ୨୦୧୭-୨୦୧୮ ଏବଂ ୨୦୧୮-୨୦୧୯, ବର୍ଷ ନିମନ୍ତେ ଶ୍ରେଷ୍ଠ ରାଜ୍ୟ ଶାଖା ଭାବରେ ଓଡିଶା ସମ୍ମାନୀତ ହୋଇଛି। ଏତତ୍ ବ୍ୟତିତ ବ୍ୟକ୍ତିଗତ ସଫଳତା ନିମନ୍ତେ ସ୍ୱେଚ୍ଛାସେବୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଓ ମାଲକାନଗିରି ଯୁବ ରେଡକ୍ରସ ପରାମର୍ଶଦାତା ଡ.ରଞ୍ଜନ କୁମାର ସ୍ୱାଇଁଙ୍କୁ ଜାତୀୟ ରେଡକ୍ରସ ମେରିଟ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ସଫଳତା ନିମନ୍ତେ ସମସ୍ତ ସ୍ୱେଚ୍ଛାସେବୀ ତଥା ଯୁବ ରେଡକ୍ରସ, କନିଷ୍ଠ ରେଡକ୍ରସର ସମସ୍ତ କର୍ମକର୍ତ୍ତା, କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ ଅବୈତନିକ ସଚିବ ସୁଶ୍ରୀ ସିଟିଏମ. ସୁଗୁଣା, ସାଧୁବାଦ ଜଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories