www.samajalive.in
Tuesday, December 9, 2025
15.1 C
Bhubaneswar

ଶେଷ ହେବାକୁ ଯାଉଛି ମାଓବାଦୀ ଚିନ୍ତାଧାରା, ୧୨ ବର୍ଷରେ ୭୭% ମାଓ ହିଂସା ହ୍ରାସ

ନୂଆଦିଲ୍ଲୀ: ଗତ ୧୨ ବର୍ଷ ମଧ୍ୟରେ ଦେଶରେ ମାଓବାଦୀ ହିଂସା ଘଟଣା ୭୭% ହ୍ରାସ ପାଇଥିବା ସରକାରୀ ସୂଚନାରୁ ଜଣାପଡିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ମାଓବାଦୀ ଚିନ୍ତାଧାରା ଶୀଘ୍ର ଶେଷ ହେବାକୁ ଯାଉଛି। ବାମପନ୍ଥୀ ଉଗ୍ରବାଦ ହିଂସା ଘଟଣା ୨୦୦୯ରେ ସର୍ବାଧିକ ୨୨୫୮ ଥିବା ବେଳେ ୨୦୧୧ ସୁଦ୍ଧା ୭୭% ହ୍ରାସ ପାଇଛି। ସେହିପରି ଭାବରେ ମାଓହିଂସା ଜନିତ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ମୃତ୍ୟୁହାର ୮୫% ହ୍ରାସ ପାଇଛି। ୨୦୧୦ରେ ମାଓ ହିଂସା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ୨୦୦୫ ଥିଲା ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ମାଓ ହିଂସାର ଭୌଗଳିକ ବିସ୍ତାର ମଧ୍ୟ ହ୍ରାସ ପାଇଛି ଏବଂ ୨୦୧୦ରେ ୯୬ଟି ଜିଲ୍ଲା ତୁଳନାରେ ୨୦୨୧ରେ କେବଳ ୪୬ଟି ଜିଲ୍ଲାରେ ବାମପନ୍ଥୀ ଉଗ୍ରବାଦ ହିଂସା ଘଟଣା ଘଟିଛି। ୨୦୧୫ରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନୂତନ ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନାର ନିରନ୍ତର କାର୍ଯ୍ୟକାରିତାକୁ ମନ୍ତ୍ରୀ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ତଥା ଆଦର୍ଶବାଦୀଙ୍କ ଦ୍ୱାରା ମାଓବାଦ ସର୍ବଦା ଅନୁପ୍ରାଣିତ ହୋଇଛି। ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ଗ୍ରହଣ କଲାବେଳେ, ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ଏହି ପ୍ରସଙ୍ଗ ଉଠାଇଥାନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆସନ୍ତି। ମନ୍ତ୍ରୀ କହିଛନ୍ତି ଯେ ମାଓବାଦୀ ଚିନ୍ତାଧାରା ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ, ସେମାନେ ବନ୍ଧୁକମୁନରେ ଏକଛତ୍ରବାଦୀ ଶାସନ ଚାହୁଁଛନ୍ତି। ସେ କହିଛନ୍ତି, ଭାରତର ଆଦର୍ଶ ହେଉଛି ସୃଜନଶୀଳ ଏବଂ ମାନବବାଦୀ।

- Advertisement -

ବିଜେପି ସାଂସଦ ରାକେଶ ସିହ୍ନା କହିଛନ୍ତି ଯେ କିଛି ଲୋକ ଭାରତରେ ସାମ୍ବାଦିକ ତଥା ଶିକ୍ଷାବିତ ବେଶରେ ନକ୍ସଲବାଦକୁ ପ୍ରୋତ୍ସାହିତ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories