www.samajalive.in
Monday, December 8, 2025
16.1 C
Bhubaneswar

ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ବିପନ୍ନଙ୍କୁ ଭେଟିଲେ ଯୋଗାଣମନ୍ତ୍ରୀ

ଗୁରୁଡିଝାଟିଆ: ବାତ୍ୟା ୟାସ ପାଇଁ ଜିଲ୍ଲା ପ୍ରଶାସନ ନେଇଥିଲା ଆଗୁଆ ପଦକ୍ଷେପ। କଚ୍ଚା ଓ ଟିଣଛପର ଘରେ ଥିବା ଜନସାଧାରଣଙ୍କୁ ଅସ୍ଥାୟୀ ଭାବରେ ଥଇଥାନ କେନ୍ଦ୍ର ଭାବରେ ଘୋଷଣା କରାଯାଇଥିବା ନିକଟସ୍ଥ ବିଦ୍ୟାଳୟ ଓ କଲ୍ୟାଣ ମଣ୍ଡପକୁ ଅଣାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଅପରାହ୍ନରେ କଖଡି କଲ୍ୟାଣ ମଣ୍ଡପ ଠାରେ ଆଶ୍ରୟ ନେଇଥିବା ବିପନ୍ନଙ୍କୁ ଭେଟିବା ସହିତ ସେମାନଙ୍କୁ ଖାଦ୍ୟପେୟ ,ସୁବିଧା ଅସୁବିଧା ସଂପର୍କରେ ପଚାରିବୁଝିଥିଲେ। ଚୁଡା,ବିସ୍କୁଟ ଓ ଅନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିବା ସଂପର୍କରେ ମନ୍ତ୍ରୀଙ୍କୁ କହିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଲୋକମାନଙ୍କୁ କରୋନା ପାଇଁ ସାମାଜିକ ଦୁରତ୍ୱା ରକ୍ଷା କରିବା ନିମନ୍ତେ କହିବା ସହିତ ତୁଣ୍ଡି ପ୍ରଦାନକ କରିଥିଲେ।

ସେହିପରି ନାରଙ୍ଗବସ୍ତ ବିଦ୍ୟାଳୟରେ ଥିବା ଲୋକମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ପଚାରିବୁଝିବା ସହିତ ତୁଣ୍ଡି ବଣ୍ଟନ କରିଥିଲେ। ମନ୍ତ୍ରୀଙ୍କ ଏହି ପରିଦର୍ଶନ କାଳରେ କଖଡି ସରଞ୍ଚ ଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ବିଜୟ ରାଉତ, ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ, କାର୍ତ୍ତିକ ଚନ୍ଦ୍ର ଖଟୁଆ, ସମିତିସଭ୍ୟ ଅଶୋକ କୁମାର ଖଟୁଆ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶଯୋଗ୍ୟ ବାତ୍ୟା ୟାସ ପାଇଁ କଖଡି ପଞ୍ଚୟତ, ମଞ୍ଚେଶ୍ୱର ପଞ୍ଚାୟତ ଓ ଗୁରୁଡିଝାଟିଆ ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଅସ୍ଥାୟୀ ଭାବରେ ଜନସାଧାରଣଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବ୍ଲକର କନିଷ୍ଠ ଯନ୍ତ୍ରୀ, ଜିଆରଏସମାନଙ୍‍ୁ ତଦାରଖ ଦାୟିତ୍ୱ ଦିଆଯାଇଥିବା ବେଳେ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories