www.samajalive.in
Monday, December 8, 2025
13.1 C
Bhubaneswar

ଗୋରଖପୁର ଏମସ ଉଦଘାଟିତ, ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା ସେବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋରଖପୁର ସ୍ତିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)କୁ ଉଦଘାଟନ କରିଛନ୍ତି। ଏହି ସଂସ୍ଥାନରେ ବିଶ୍ୱସ୍ତରୀୟ ତଥା ସ୍ୱତନ୍ତ୍ର ଚିକିତ୍ସା ସୁବିଧା ରଖାଯାଇଛି। ଉତ୍ତରପ୍ରଦେଶର ପୂର୍ବାଂଚଳ, ଗୋରଖପୁର, ବିହାର ଏବଂ ନେପାଳ ଅଧିବାସୀମାନଙ୍କ ଏହା ଅତ୍ୟାଧୁନିକ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବାର ଯୋଗାଇ ଦେବ। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ଜୁଲାଇ ୨୨ରେ ଏହି ଏମସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୩୦୦ ଶଯ୍ୟା ବିଶିଷ୍ଟ ଗୋରଖପୁର ଏମସ ନିର୍ମାଣରେ ୧୦୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଆଗାମୀ ଦିନରେ ଏହାର ଶଯ୍ୟା ସଂଖ୍ୟା ୭୫୦କୁ ବୃଦ୍ଧି କରାଯିବାକୁ ଯୋଜନା ରହିଛି। ତେବେ ଗୁରୁତର ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବା ଉଦ୍ଦେଶ୍ୟରେ ଏକ ୩୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ୱାର୍ଡ ଆଜି ଠାରୁ କାର୍ଯ୍ୟ ଆରମ୍ଭ କରିଛି। ସୂଚନା ମୁତାବକ, ଏହି ଏମସରେ ୨୦୧୯ରୁ ଆରମ୍ଭ ହୋଇଥିବା ବାହ୍ୟ ରୋଗୀ ବିଭାଗରେ ଏପର୍ଯ୍ୟନ୍ତ ପ୍ରାୟ ସାତ ଲକ୍ଷ ଲୋକ ଚିକିତ୍ସା ସେବା ପାଇଛନ୍ତି। ୧୪ଟି ସାଧାରଣ ଏବଂ ୧୩ଟି ସ୍ୱତନ୍ତ୍ର ବାହ୍ୟ ରୋଗୀ ବିଭାଗ କାର୍ଯ୍ୟ କରୁଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories