www.samajalive.in
Wednesday, December 10, 2025
18.1 C
Bhubaneswar

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ଭାଇ ସମେତ ୩ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ବାଉରୀ ସାହିରେ ଦୁଇ ପରିବାର ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ମାମଲାରେ ପୁଲିସ ପକ୍ଷରୁ ଗୋଟିଏ ପରିବାରର ୨ ଜଣଙ୍କୁ ମିଶାଇ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ହଳଦିଆ ପଦରର କଂଗ୍ରେସ ଦାସ ଓ ତାଙ୍କ ଭାଇ କିଶାନ ଦାସ ଓ ଅନ୍ୟ ଜଣେ ମଧୁସୂଦନ ସାହୁ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଅନ୍ୟ ଏକ ଗୋଷ୍ଠୀର ଅନ୍ୟମାନେ ପୁଲିସ ଗିରଫଦାରୀ ଠାରୁ ଦୂରରେ ରହିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ ୧୭ ତାରିଖ ରାତି ୧୦ ଟା ବେଳେ ହଳଦିଆପଦର ବାଉରୀ ସାହିରେ କଂଗ୍ରେସ ଦାସଙ୍କୁ ସେହି ଅଞ୍ଚଳର କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରି ଆହତ କରିଥିଲେ। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଗତ ୧୮ ତାରିଖରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ୨୬୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଥାନାରେ ମାମଲା ଦେବାକୁ କେନ୍ଦ୍ର କରି ପୁଣିଥରେ ଉକ୍ତ ଗୋଷ୍ଠୀର କିଛି ଯୁବକ କଂଗ୍ରେସକୁ ୧୯ ତାରିଖ ଦିନ ପୁଣି ଆକ୍ରମଣ କରିଥିବା ବେଳେ ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସିତ ହେଉଥିବା ଜଣାପଡିଛି।

- Advertisement -

ଆହତ ଯୁବକ ଜଣଙ୍କ କଂଗ୍ରେସ ଦାସ(୨୯) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ କଂଗ୍ରେସ ହଳଦିଆପଦର ଛକରେ ଏକ ଚିକେନ ଦୋକାନ କରିଛନ୍ତି। ଗତ ୧୭ ତାରିଖ ରାତି ୯ଟା ସମୟରେ ସେ ଦୋକାନ ନିକଟରେ ଥିବା ସମୟରେ ହଳଦିଆପଦର ଅଞ୍ଚଳର କିଛି ଯୁବକ ସେଠାରେ ପହଞ୍ଚି ଗାଳିଗୁଲଜ କରିବା ସହ ଲୁହାରଡରେ ଆକ୍ରମଣ କରିଥିଲେ। ଏଥିରେ କଂଗ୍ରେସ ଆହତ ହୋଇଥିଲେ। ଘଟଣା ନେଇ ୧୮ ତାରିଖରେ କଂଗ୍ରେସ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୨୬୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ପୁଣିଥରେ ରବିବାର ରାତି ୧୦ଟା ବେଳେ ପୂର୍ବରୁ ଆକ୍ରମଣ କରିଥିବା ଯୁବକ ମାନେ କଂଗ୍ରେସଙ୍କ ଘରକୁ ଆସି ଘର ମଧ୍ୟରୁ କଂଗ୍ରେସକୁ ଘୋଷାରି ନେଇ ଘର ସମ୍ମୁଖରେ କଣ ପାଇଁ ଥାନାରେ ଏତଲା ଦେଲୁ କହି ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରି ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ପରିବାର ବର୍ଗ ଆହତ କଂଗ୍ରେସକୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଚିକିତ୍ସିତ କରାଇଥିଲେ। କିନ୍ତୁ ୨୦ ତାରିଖରେ କଂଗ୍ରେସକୁ ଆକ୍ରମଣ କରିଥିବା ଅଭିଯୋଗରେ ସମ୍ପୃକ୍ତ ଥିବା ସଦାନନ୍ଦ ଦାସଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ ଥାନାରେ କରାଯାଇଥିଲା। ଏଥିରେ କଂଗ୍ରେସ ଓ ତାଙ୍କ ଭାଇ ସମେତ ପରିବାରର କିଛି ସଦସ୍ୟ ସଦାନନ୍ଦ ଘରକୁ ଆସି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ ଆଉ ଏକ ମାମଲା ରୁଜୁ କରିଥିଲା। ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଗୋଟିଏ ପରିବାରର କଂଗ୍ରେସ ଓ ତାଙ୍କ ଭାଇ କିଶାନ ସମେତ ମଧୁସୂଦନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories