www.samajalive.in
Monday, December 8, 2025
27.1 C
Bhubaneswar

ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି ଚାଷୀ, ବୈତାଳୁର ଅଭାବି ବିକ୍ରି

ଠାକୁରମୁଣ୍ଡା : ବୈତାଳୁ ଚାଷକରି ଚଳିତ ବର୍ଷ ଚାଷୀ ବିଶେଷ କ୍ଷତିଗ୍ରସ୍ତ ହେଉଥିବାର ଦେଖାଦେଉଛି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର  ଆଖପାଖ ଅଞ୍ଚଳର ଚାଷୀ ବୈତାଳୁ ଚାଷ କରି ଖୁବ ଲାଭବାନ ହେଉଥିବା ବେଳେ ଚଳିତ ବର୍ଷ ଲଗାଣ ବର୍ଷା ପାଇଁ ଚାଷୀ ମାନେ ଅନେକ କ୍ଷତିଗ୍ରସ୍ତ ହୋଇ ମୁଣ୍ଡରେ ହାତ ଦେଇଛନ୍ତି।
ଚଳିତ ବର୍ଷ ବୈତାଳୁ ଚାଷ ସମୟରେ ଲଘୁଚାପ ବର୍ଷା ଯୋଗୁଁ ପାଗ ଚାଷ ପାଇଁ ଅନୁକୂଳ ନ ଥିବାରୁ ବୈତାଳୁ ଲତାରେ ଫଳ କମିଯିବା ସାଙ୍ଗକୁ ଫଳିଥିବା ଅନେକ ଫଳ ଛୋଟ ହୋଇ ଓଜନ କମି ଯାଇଛି। ଉତ୍ପାଦନ କମ ସହିତ ଚଳିତ ବର୍ଷ ବୈତାଳୁର ମୂଲ୍ୟ କମ ଥିବାରୁ ଚାଷୀଙ୍କୁ କ୍ଷତି ପହଞ୍ଚାଇଛି । ବୈତଳୁ ଚାଷୀ ମାନଙ୍କ କହିବା ଅନୁଯାୟୀ ଗତବର୍ଷ ବୈତାଳୁ କୁଇଣ୍ଟାଲ ପ୍ରତି ୧୨ ଶହ ଟଙ୍କାରୁ ୧୪ ଶହ ଟଙ୍କା ଦେଇ ବେପାରୀ ଆସି ବୈତାଳୁ ନେଇଥିବା ବେଳେ ଚଳିତ ବର୍ଷ କିନ୍ତୁ କୁଇଣ୍ଟାଲ ପ୍ରତି ୫ ଶହ ରୁ ୬ ଶହ ଟଙ୍କା ଦେଇ ବେପାରୀ ମାନେ ନେଉଛନ୍ତି । ଏଠାରେ ବୈତାଳୁ ସଂରକ୍ଷିତ କରି ରଖିବାକୁ ଶୀତଳ ଭଣ୍ଡାରର ସୁବିଧା ନ ଥିବାରୁ ଚାଷୀ  ବେପାରୀ ମାନଙ୍କୁ  କମ ଦାମ୍ ରେ ବୈତାଳୁ ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଅନେକ ବୈତାଳୁ ଚାଷୀ କହିଛନ୍ତି । ଚାଷୀ ମାନେ ଏହି ଚାଷ କରିବାକୁ ବ୍ୟୟ କରି ଥିବା ଟଙ୍କା ମଧ୍ୟ ଚଳିତ ବର୍ଷ ନ ଉଠି ପାରେ ବୋଲି ଚାଷୀ ମାନଙ୍କ ଠାରେ ଆଶଙ୍କା ପ୍ରକାଶ ପାଇଛି।
ଠାକୁରମୁଣ୍ଡା ବ୍ଲକ ଓ ଏହାର ଆଖ ପାଖ ଅଞ୍ଚଳର ଅନେକ ଚାଷୀ ବୈତାଳୁ ଚାଷ କରିବାକୁ ଆଗଭର ହୋଇଛନ୍ତି। ପୂର୍ବରୁ ଧାନ ଚାଷ ନ ହୋଇ ଖାଲି ପଡି ରହୁଥିବା ଶହ ଶହ ଏକର ପଡିଆକୁ ବୈତାଳୁ ଚାଷ ନିମନ୍ତେ ବ୍ୟବହାର କରି ଚାଷୀ ଲାଭବାନ ହୋଇଥିଲେ । ପ୍ରାୟ ଏକ ଦଶନ୍ଧି ହେବ ଧୀର ଧୀରେ ଅନେକ ଚାଷୀ ଏହା ଦେଖି ନିଜର ପଡିଆ ପଡି ରହୁଥିବା ପଡିଆ ଜମିରେ ଲକ୍ଷାଧିକ ଟଙ୍କା ବିନିଯୋଗ କରି ବୈତାଳୁ ଚାଷ କରି ସେଥିରୁ ବେଶ ଦୁଇ ପଇସା ଲାଭବାନ ହେବେ ବୋଲି ଆଶା ରଖିଥିଲେ । ବୈତାଳୁ  ଚାଷୀ ମାନେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଅମଳ କରୁଥିବା ବେଳେ ଏହି ଅଞ୍ଚଳ କୁ ବିଭିନ୍ନ ସ୍ଥାନରୁ ବେପାରୀ ଆସି ଚାଷୀ ମାନଙ୍କ ଜମିରୁ ବୈତାଳୁ ନେଇଯାଇଥାନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡି ଯୋଗେ ବୋଝେଇ ହୋଇ ବୈତାଳୁ ଯାଇଥାଏ। କିନ୍ତୁ ବିନା ସରକାରୀ ସହାୟତାରେ  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ବୈତାଳୁ ଚାଷୀ ଚଳିତବର୍ଷ କ୍ଷତି ଗ୍ରସ୍ତ ହୋଇଛନ୍ତି ବୋଲି ଦିଲ୍ଲୀପ କୁମାର ବେହେରା, ଠାକୁରା ମୁର୍ମୁ, ସୁବ୍ରତ ବାରିକ, ସତ୍ୟାନନ୍ଦ ପଲେଇ ଓ ବୃଜୁମ୍ ମହାନ୍ତି । ତେବେ ଚାଷ କରିଥିବା ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବୀ କରିଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories