ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଅନ୍ତରବାଟିଆ ଗ୍ରାମରେ ରାତ୍ର ପ୍ରାୟ ୮ଟା ବେଳେ ଗ୍ରାମରେ ଥିବା ୟୁ ପି ସ୍କୁଲ ନିକଟସ୍ଥ ମୁଖ୍ୟ ରାସ୍ତା ଦେଇ ଅଜଗର ଯାଉଥିବା ବେଳେ ଗ୍ରାମର ଲୋକେ ଦେଖି ସ୍ନେକ୍ ହେଲ୍ପ ଲାଇନର ସ୍ଵାଧୀନ କୁମାର ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ଵାଧୀନ ସେଠାରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରଟି ପ୍ରାୟ ୧୧ ଫୁଟ ଲମ୍ବ ଏବଂ ଓଜନ ପ୍ରାୟ ୧୫ କେଜି ହେବ। ଏହି ସାପକୁ ଅନ୍ୟ ଏକ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି।
Popular Categories



