www.samajalive.in
Saturday, December 6, 2025
26.1 C
Bhubaneswar

ପିକଅପ ଓ ବୁଲେଟ ମୁହାଁମୁହିଁ ଧକ୍କା ; ଜଣେ ମୃତ 

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ  ଜାତୀୟ ରାଜପଥରେ ପିକଅପ ଭ୍ୟାନ ଓ ବୁଲେଟ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲା ଦାସମୋହନପୁର ଗ୍ରାମର ପ୍ରଶାନ୍ତ କୁମାର ହୋତା (୩୫) ହୋଇଥିବା ବେଳେ ଆହତ ଜଣଙ୍କ ତାନଡ଼ାପଡ଼ା ଗ୍ରାମର ଗୋବିନ୍ଦ ଚନ୍ଦ୍ର ମିଶ୍ର ବୋଲି ପୁଲିସ ସୁଚନା ଦେଇଛି। ଘଟଣା ନେଇ ପୁଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ମୃତକ ପ୍ରଶାନ୍ତ କୁମାର ହୋତା ଓ ଗୋବିନ୍ଦ ଚନ୍ଦ୍ର ମିଶ୍ର ଏହି ଥାନା ଅଧିନସ୍ଥ କନିସି ହାଟରେ ରହୁଥିଲେ। ଅଟୋନଗର ସ୍ଥିତ ଏକ ସୋରୁମରେ ପ୍ରଶାନ୍ତ ମେନେଜର ଓ ଗୋବିନ୍ଦ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ। ଗୁରୁବାର ରାତ୍ରିିରେ କାର୍ଯ୍ୟସାରି ବୁଲେଟ ଯୋଗେ ପ୍ରଶାନ୍ତ ଓ ଗୋବିନ୍ଦ କନିଷି ଫେରୁଥିବା ବେଳେ କମ୍ପାନୀ ନିକଟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ ବୁଲେଟକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋବିନ୍ଦ ଆହାତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାଗ୍ରସ୍ତ ବୁଲେଟ ଓ ପିକଅପ ଭ୍ୟାନକୁ ପୁଲିସ ଜବତ କରିଥିଲା । ଏନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଘଟଣା ନେଇ ଥାନାରେ ୪୬୩/୨୩ ପ୍ରକାରେ ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପ୍ରଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories