www.samajalive.in
Saturday, December 6, 2025
26.1 C
Bhubaneswar

ଏସୀୟ କ୍ରୀଡ଼ା – ଏକାଧିକ ତାରକାଙ୍କୁ ଦେଖିବାକୁ ମିଳିବନି

ନୂଆଦିଲ୍ଲୀ: ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତରୁ ୬୫୫ଜଣ କ୍ରୀଡ଼ାବିତ୍‌ ୪୦ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଉକ୍ତ ମେଗା ପ୍ରତିଯୋଗିତାରେ ଏକାଧିକ ଭାରତର ତାରକା କ୍ରୀଡ଼ାବିତ୍‌ଙ୍କୁ ଦେଖିବାକୁ ମିଳିବନି। ଆହତ ଓ ଯୋଗ୍ୟତା ହାସଲ କାରଣରୁ ଏକାଧିକ କ୍ରୀଡ଼ାବିତ୍‌ ଉକ୍ତ ମେଗା ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି।

ବିନେଶ ଫୋଗତ : ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଗତ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ୫୦ କିଗ୍ରା ଫ୍ରି ଷ୍ଟାଇଲ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସୀୟ କ୍ରୀଡ଼ା ଲାଗି ସିଧାସଳଖ ମନୋନୀତ ହୋଇଥିଲେ ମଧ୍ୟ କହୁଣୀରେ ଆଘାତ ଲାଗି ଓହରି ଯାଇଛନ୍ତି।

- Advertisement -

ରବି ଦାହିୟା : ଅଲିମ୍ପିକ୍‌ସ ରୌପ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ରବି ଦାହିୟା ୫୭ କିଗ୍ରା ଫ୍ରି ଷ୍ଟାଇଲରେ ଅଂଶଗ୍ରହଣ କରିବା ନେଇ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ। ଏସୀୟ କ୍ରୀଡ଼ା ଲାଗି ଆୟୋଜିତ ଯୋଗ୍ୟତାପର୍ଯ୍ୟାୟରେ ରବି ବିଫଳ ହୋଇଥିଲେ।

ରାଣୀ ରାମପାଲ : ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇନାହାନ୍ତି। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରାଣୀଙ୍କ ନେତୃତ୍ବରେ ଭାରତ ରୌପ୍ୟ ପଦକ ଜିତିଥିଲା।

ହିମା ଦାସ : ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ତାରକା ଧାବିକା ହିମା ଦାସଙ୍କୁ ଦେଖିବାକୁ ମିଳିବନି। ହିମା ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ୪୦୦ମିଟର ଦୌଡ଼ରେ ରୌପ୍ୟ, ୪ ଗୁଣା ୪୦୦ ମିଟର ମହିଳା ରିଲେରେ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ମାଂସପେଶୀରେ ଆଘାତ ଲାଗି ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ନାହିଁ।

ଅମିତ ଫଙ୍ଘାଲ : ବିଶ୍ବ ଚମ୍ପିଆନସିପ୍‌ ରୌପ୍ୟ ବିଜେତା ଭାରତର ତାରକା ମୁଷ୍ଟିଯୋଦ୍ଧା ଅମିତ ଫଙ୍ଘାଲ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ। ଅମିତ ୨୦୧୮ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ୪୯ କିଗ୍ରା ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ। କିନ୍ତୁ ୨୦୨୩ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଯୋଗ୍ୟତାରେ ବିଫଳ ହୋଇଥିଲେ।

ସୌରଭ ଚୌଧୁରୀ : ଭାରତର ସୁଟିଂ ତାରକା ସୌରଭ ଚୌଧୁରୀ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଲାଗି ଆୟୋଜିତ ୧୦ ମିଟର ଏୟାର ପିସ୍ତଲ ଜାତୀୟ ମନୋନୟନରେ ୮ମ ସ୍ଥାନ ହାସଲ କରି ଯୋଗ୍ୟତାରେ ବିଫଳ ହୋଇଥିଲେ। ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସୌରଭ ସର୍ବକନିଷ୍ଠ ଭାରତୀୟ ଭାବେ ବନ୍ଧୁକଚାଳନାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଦୀପା କର୍ମକାର : ଜିମ୍ନାଷ୍ଟ ଦୀପା କର୍ମକାର ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ଆହତ ପାଇଁ ଓହରି ଯାଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories