www.samajalive.in
Saturday, December 6, 2025
26.1 C
Bhubaneswar

ଜୁଆ ଆଡ୍ଡାରେ ଚଢ଼ାଉ ,୪ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ଅଧିକାରୀ ଵିବେକା ନନ୍ଦ ସ୍ବାଇଁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରାଯିବା ସହ ଆଇନ ଶୃଙ୍ଖଳା ପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି। ସଂଧ୍ୟାରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ରାମଚନ୍ଦ୍ରପୁର ସ୍ଥିତ ଚଣ୍ଡି ମନ୍ଦିର ନିକଟରେ ଗତ କିଛି ମାସ ଧରି ଚାଲିଥିବା ଏକ ବଡ ଧରଣର ଜୁଆ ଖେଳ ଚାଲୁଥିବା କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ। ସେଠାରୁ ୨ ଟି ତାସ କାଟା,୧ ପାଲ,୪ ଟି ମୋବାଇଲ,୧୦ ହଜାର ୫୦୦ ଟଙ୍କା ସହ ୪ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ମାନେ ହେଲେ ସନ୍ତୋଷ ନାହାକ, ବାଳ କୃଷ୍ଣ ସାହୁ,ବି.ଉମା ଶଙ୍କର ରେଡ଼ି ଓ ନାଗେସ ରେଡ଼ି ବୋଲି ଜଣା ପଡିଛି। ଏ ନେଇ ପୁଲିସ୍ କେସ ନଂ ୨୭୯/୨୩ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଵିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ମାସ ହେଲା ଖଜୁରିଆ ଓ ଫୁଲଟି ଅଞ୍ଚଳ ସମେତ ସ୍ଥାନୀୟ କେତେକ ଯୁବକ ରୀତିମତ ଭାବରେ ଏକ ଆଡ୍ଡା ଚଲାଇ ଆସୁଥିଲେ। ଏହି ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ମାନେ ଆଡ୍ଡାରୁ ଆଦାୟ ହେଉଥିବା ଅର୍ଥ ରାଶିରୁ କେତେକଙ୍କୁ ମଧ୍ୟ ବାଣ୍ଟିଥିବା ମଧ୍ୟ ଜଣାପଡିଛି। ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବା ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories