ମେଷ: ଧନବାନ୍ ହେବେ। ଗୁଣ ସାଗର ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୈନିକ ମାରଣ କ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିବେ।
ବୃଷ: କର୍ମଚଞ୍ଚଳ ରହିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି। ସାମାନ୍ୟ ଥଣ୍ଡା କଫଜନିତ କ୍ଲେଶ ଅନୁଭବ କରିପାରନ୍ତି। ମଧୁର କଥାରେ ଶତ୍ରୁକୁ ବଶ କରିବେ। ଖର୍ଚ୍ଚାନ୍ତ ହେବେ। ସାହସୀ, ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ।
ମିଥୁନ: ଆୟୁଷ୍ମାନ୍ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। କରିତ୍କର୍ମା ହେବେ।
କର୍କଟ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟଷ୍ମାନ୍ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।
ସିଂହ: ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
କନ୍ୟା: ଈର୍ଷା ପରାୟଣ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ସ୍ବାଭିମାନୀ ହୋଇପାରନ୍ତି। ମନଭୁଲା କଥା କହି ପରକୁ ଆପଣାର କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା: ବନ୍ଧୁ ମିଳନ ସୁଖଦାୟକ ହେବ। ଜଣେ ସମାଜସେବୀ ଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ବିଛା: ଆୟ ଊଣା ହେତୁ ଖର୍ଚ୍ଚ ସୀମିତ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଧନୁ: କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀ ଗୃହଲକ୍ଷ୍ମୀ ହୋଇପାରନ୍ତି। ଧାର୍ମିକ, ତେଜସ୍ବୀ, ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ମକର: ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି।
କୁମ୍ଭ: ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ହେବେ।
ମୀନ: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ଚରିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
ସୋମବାର ରାଶିଫଳ (୦୭.୦୮.୨୦୨୩)
Popular Categories



