ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ବିଶ୍ଵବିଦ୍ୟାଳୟ ଖେଳପଡିଆ ପରିସରରେ ଗତକାଲି ୬ଟାରେ ଏକ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା। ମାତ୍ର ଉକ୍ତ ହେଲିକପ୍ଟରଟି ଗୋଳାବନ୍ଧ ସ୍ଥିତ ଆର୍ମ ଏଡି କଲେଜ ହେଲି ପେଡରେ ଅବତରଣ କରିବାର ପୂର୍ବ ପ୍ରସ୍ତୁତି ରହିଥିଲେ ମଧ୍ୟ ଏଠାରେ ଜରୁରୀ କାଳୀନ ଅବତରଣ କରିଥିବା ଜଣାପଡିଛି। ଏହି ସମୟରେ ଖେଳପଡ଼ିଆ ପରିସରରେ କିଛି ଯୁବକ ଖେଳୁଥିବା ବେଳେ ଅଚାନକ ହେଲିକପ୍ଟର ଓହ୍ଲାଇବା ଦେଖି ଭୟଭୀତ ହୋଇ ଦୌଡ଼ି ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଭଞ୍ଜ ବିହାର ଫାଣ୍ଡି ଅଧିକାରୀ ଏସ.ଶଙ୍କର ରାଓ ସେଠାରେ ପହଞ୍ଚି ଅବତରଣ ବିଷୟରେ ପାଇଲଟ ଠାରୁ ପଚାରୀ ବୁଝିଥିଲେ। ଏ ନେଇ ଫାଣ୍ଡି ଅଧିକାରୀ ଙ୍କ ସହ ଯୋଗା ଯୋଗ ବେଳେ ସେ କହିଥିଲେ ହେଲିକପ୍ଟର ରେ ୩ ଜଣ ଆସିଥିଲେ। ଭାରତ ସରକାରଙ୍କ ପକ୍ଷରୁ କୌଣସି ଏକ ସର୍ଭେ ପାଇଁ ଆସିଥିବା ବେଳେ ସେମାନଙ୍କ ଅବତରଣ ଆର୍ମି ଏଡି କଲେଜ୍ ମଧ୍ୟରେ ହେବାର ଥିଲା କିନ୍ତୁ କୈାଣସି ଏକ କାରଣ ଯୋଗୁଁ ହେଲିକପ୍ଟରଟି ଖେଳପଡିଆରେ ଅବତରଣ କରିଥିବା ଜଣା ପଡିଛି। ଖେଳପଡିଆ ପରିସରରେ ହେଲିକପ୍ଟରର ସୁରକ୍ଷା ନିମନ୍ତେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Popular Categories



