www.samajalive.in
Monday, December 8, 2025
14.1 C
Bhubaneswar

‘ଦୁଃଖୀ ଦରିଦ୍ରଙ୍କ ସେବା ଥିଲା ଗୋପବନ୍ଧୁଙ୍କ ଜୀବନର ବ୍ରତ’

ରାଉରକେଲା : ଦୁଃଖୀ ଦରିଦ୍ରଙ୍କ ସେବା ଥିଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନର ବ୍ରତ। ଛେଣ୍ଡସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଅନୁକୁଲ୍ୟରେ ଜୟନ୍ତୀ ପାଳନ ଅବସରରରେ ଆୟୋଜିତ ଭର୍ଚୁଆଲ ଆଲୋଚନା ଚକ୍ରରେ ଏହି ମତ ବ୍ୟକ୍ତ କରାଯାଇଛି। ସାଧାରଣ ଭାବେ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ କରି ଜୁମ୍‍ ଜିଡିଟାଲ ଲିଭ୍‍ ଜରିଆରେ ପାଠାଗାର ସଭାପତି ନବଘନ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଡାକ୍ତର ରାମଚନ୍ଦ୍ର ମେହେର, ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦାନ କରିଥିଲେ। ଅତିଥିବୃନ୍ଦ ସକାଳ ୭ଟାରେ ପାଠାଗାରରେ ପହଞ୍ଚି ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ପାଠାଗାର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପାଠାଗାର ପ୍ରକୋଷ୍ଠରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ସନ୍ଧ୍ୟା ୭ଟାରେ ଜୁମ୍‍ ଡିଜିଟାଲ ଟେଲିକାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନର କାର୍ଯ୍ୟକ୍ରମ ଅତିଥିବୃନ୍ଦ ଜୁମ୍‍ ମାଧ୍ୟମରେ ନିଜ ନିଜ ଘରେ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ଉର୍ମିଳା ମିଶ୍ର ଓ ସୁଶ୍ରୀ ମୋନାଲିସା ଶତପଥୀ ଗୋପବନ୍ଧୁଙ୍କ ରଚିତ କବିତା ପାଠ କରିଥିଲେ। ପ୍ରଫେସର ଶ୍ରୀ ତ୍ରିପାଠୀ ବକ୍ତବ୍ୟରେ ପଣ୍ଡିତ ଉତ୍କଳମଣି ଜଣେ ଦୁଃଖି, ଦରଦୀ ମଣିଷ ଥିଲେ। ସେଥିପାଇଁ ସେ ଅନ୍ୟର ଦୁଃଖ, ଦରଦକୁ ଭଲଭାବେ ହୃଦୟଙ୍ଗମ କରିପାରୁଥିଲେ। ତାଙ୍କ ଭିତରେ ତୀବ୍ର ଜାତୀୟତା ଭାବ ଥିଲା। ଡାକ୍ତର ମହାପାତ୍ର କହିଲେଯେ ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ମହାପୁରୁଷ ଓ ମହାତ୍ମା ଥିଲେ। ଅନ୍ୟର ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ। ସମସ୍ତ ପ୍ରତିବନ୍ଧକ ସତ୍ୱେ ଓଡିଆ ଭାଷାରେ ଶିକ୍ଷାଦାନ ପାଇଁ ପ୍ରଥମ ବ୍ୟକ୍ତି ଭାବେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ। ନିଜର ଦେଶସେବା ସହ ଉତ୍କଳର ନେତା ସ୍ୱୟଂ ଜଗନ୍ନାଥଙ୍କୁ ନେତା ଭାବେ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର ମେହେର ଗୋପବନ୍ଧୁ କିପରି ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି ମିଳିଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କର ତ୍ୟାଗ, ପ୍ରେମ, ଜାତୀୟତା ଭାବ, ସମାଜସେବା ପାଇଁ ବ୍ରତ ତାଙ୍କୁ ଉତ୍କଳମଣିରେ ଭୂଷିତ କରିଥିଲା। ଗୋପବନ୍ଧୁ ଜଣେ ବିଶିଷ୍ଟ ଶିକ୍ଷାବିତ୍‍, ଆଇନ୍‍ଜୀବୀ, କବି, ନେତା ଭାବେ ତାଙ୍କର ପାଣ୍ଡିତ୍ୟ ପ୍ରଦର୍ଶନ କରିଯାଇଛନ୍ତି। ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜର ଦୁଃଖକୁ ତ୍ୟାଗ କରି ଅନ୍ୟର ଦୁଃଖରେ ଦୁଃଖି ହୋଇ ସମାଜସେବାରେ ଜଡିତ ରହୁଥିଲେ। ପିଲାଦିନର ନାମ ଗୋପରୁ ଗୋପବନ୍ଧୁ ପାଲଟିଯାଇଥିଲେ। ପାଠାଗାରର ସାଧାରଣ ସମ୍ପାଦକ ହରିହର ଶତପଥୀ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ସଦସ୍ୟ ଲକ୍ଷ୍ମଣନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପାଠାଗାର ଉପସଭାପତି ଗଜେନ୍ଦ୍ର ପ୍ରସାଦ ବାରିକ, ବିଭୂତି ଭୂଷଣ ଦାସ, ମିହିର ରାୟ, ଗିରିଜା ଶଙ୍କର ଗୋସ୍ୱାମୀ, ନୃସିଂହ ବିଶ୍ୱାଳ, ରାଜୀବ ପାଣି, ଶକ୍ତି ପ୍ରସାଦ ସାମନ୍ତରାୟ, କୈଳାସ ଚନ୍ଦ୍ର ସାମଲ, ରାଧାମୋହନ ନାୟକ, ହରିହର ନାୟକ, ହରିଶ୍ଚନ୍ଦ୍ର ଭୂମିଜ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ସେହିପରି ସାନ୍ଧ୍ୟ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଚ୍ୟୁତାନନ୍ଦ ପଟେଲ, ସୂର୍ଯ୍ୟମଣି ଶତପଥୀ, ସୁବାଷ ମହାପାତ୍ର, ପ୍ରତିମା ମହାପାତ୍ର, ଅଞ୍ଜଳି ହୋତା, ଅର୍ଚ୍ଚନା ଦେବତା, ଶର୍ମିଷ୍ଠା କବିଶତପଥୀ, ସାବିତ୍ରୀ ଦାଶ, ପ୍ରତିମା ଶତପଥୀ, କୁଞ୍ଜବିହାରୀ ସାହୁ, ପ୍ରତାପ ରାୟ, ଅରବିନ୍ଦ୍ର ପାତ୍ର, ବିକ୍ରମ ଆଚାର୍ଯ୍ୟ, ଅଲେଖ ଚନ୍ଦ୍ର ପଲାଇ, ପୂର୍ବାସା ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories